www.samajalive.in
Monday, December 15, 2025
16.1 C
Bhubaneswar

ତାଲିବାନର କାର୍ଯ୍ୟକଳାପକୁ ଦେଖି ନିଷ୍ପତ୍ତି ନିଆଯିବ- ବାଇଡେନ

ୱାଶିଂଟନ ଡିସି: ଅଗଷ୍ଟ ୩୧ ସୁଦ୍ଧା ନିଜର ସୈନ୍ୟମାନଙ୍କୁ ଆଫଗାନିସ୍ତାନରୁ ଫେରାଇ ଆଣିବାକୁ ଆମେରିକା ଲକ୍ଷ୍ୟ ରଖିଛି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। ସପ୍ତ ରାଷ୍ଟ୍ରଗୋଷ୍ଠୀ (ଜି୭) ନେତୃବୃନ୍ଦଙ୍କୁ ଉଦବୋଧନ ଦେଇ ବାଇଡେନ କହିଛନ୍ତି ତାଲିବାନକୁ ନେଇ ନିଜ ଆଭିମୁଖ୍ୟରେ ଜି୭, ୟୁରୋପୀୟ ସଂଘ ରାଷ୍ଟ୍ରସମୂହ ଏବଂ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ସଦସ୍ୟ ରାଷ୍ଟ୍ରଗୁଡିକ ଏକତ୍ରିତ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଆମେରିକା ସରକାର ତାଲିବାନର କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି। ତାହାକୁ ଆଧାର କରି କି ପଦକ୍ଷେପ ନିଆଯିବ, ତାହା ସ୍ଥିର କରାଯିବ।

ମଙ୍ଗଳବାର ଦିନ ଜି୭ ନେତୃବୃନ୍ଦଙ୍କୁ ଉଦବୋଧନ ଦେବା ଅବସରରେ ବାଇଡେନ କହିଥିଲେ ଯେ ଆଫଗାନିସ୍ତାନରେ ଗଠିତ ହେବାକୁ ଥିବା ସରକାର ଆନ୍ତର୍ଜାତିକ କ୍ଷେତ୍ରରେ କିଭଳି ସହଯୋଗ ରକ୍ଷା କରୁଛି ଏବଂ ଆଫଗାନିସ୍ତାନକୁ ଆତଙ୍କବାଦର ଏକ ଭିତ୍ତି ଭାବରେ ବ୍ୟବହାର ହେବାରୁ କିଭଳି ରୋକିପାରୁଛି ତାହା ଉପରେ ଏହାକୁ ମାନ୍ୟତା ପ୍ରଦାନ କରିବା ବିଷୟ ନିର୍ଭର କରିବ। ଆମେରିକା ଅଗଷ୍ଟ ୧୪ରୁ ଏପର୍ଯ୍ୟନ୍ତ ଆଫଗାନିସ୍ତାନରୁ ୭୦,୭୦୦ ଲୋକଙ୍କୁ ସ୍ଥାନାନ୍ତରିତ କରିସାରିଲାଣି। ଜୁଲାଇ ଶେଷଭାଗରୁ ଏହା ମୋଟ ୭୫,୯୦୦ ଲୋକଙ୍କୁ ସ୍ଥାନାନ୍ତର କରିଛି। ବାଇଡେନ କହିଥିଲେ, ପ୍ରତିଟି ଦିନ ଅତିବାହିତ ହେବା ସହିତ ଆମେରିକା ସୈନ୍ୟଙ୍କ ଉପରେ ତାଲିବାନ ପଟୁ ଆକ୍ରମଣ ବିପଦ ବଢିବାରେ ଲାଗିଛି।

- Advertisement -

ଜି୭ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଆତଙ୍କବାଦକୁ ରୋକିବା, ମାନବାଧିକାର ସୁରକ୍ଷା ଏବଂ ନିର୍ଦ୍ଦିଷ୍ଟ ଭାବରେ ମହିଳା, ବାଳିକା ଓ ସଂଖ୍ୟାଲଘୁଙ୍କର ଅଧିକାରର ସୁରକ୍ଷା ସହିତ ଆଫଗାନିସ୍ତାନରେ ଏକ ଅନ୍ତର୍ଭୁକ୍ତିଭିତ୍ତିକ ରାଜନୈତିକ ସମାଧାନ ଆଣିବା ପାଇଁ ତାଲିବାନକୁ ଦାୟୀ କରାଯିବ। ଇତିମଧ୍ୟରେ ବିଶ୍ୱ ବ୍ୟାଙ୍କ ଆଫଗାନିସ୍ତାନକୁ ସହାୟତା ବନ୍ଦ କରିଦେଇଛି। ପରିସ୍ଥିତି ଉପରେ ତୀକ୍ଷ୍‍ଣ ନଜର ରଖାଯାଇଛି ବୋଲି ବିଶ୍ୱବ୍ୟାଙ୍କର ଜଣେ ଅଧିକାରୀ କହିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories