www.samajalive.in
Saturday, December 6, 2025
26.1 C
Bhubaneswar

ଇସ୍ରାଏଲ ପ୍ରତି ଦୃଢ ସମର୍ଥନ ଜଣାଇଲା ଆମେରିକା

ୱାଶିଂଟନ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ନିଜକୁ ସୁରକ୍ଷା ଦେବା ଅଧିକାର ଇସ୍ରାଏଲର ରହିଛି। ଆମେରିକାର ବହୁ ବରିଷ୍ଠ କୂଟନୀତିଜ୍ଞ ବୁଧବାର ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେବାପରେ ଆମେରିକା ତାହାର ମିତ୍ର ରାଷ୍ଟ୍ର ଇସ୍ରାଏଲ ପଛରେ ଛିଡା ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍‍ କହିଛନ୍ତି ଯେ ଇସ୍ରାଏଲ ବିରୁଦ୍ଧରେ ହାମାସର ରକେଟ ମାଡ ଏବଂ ଗାଜା ଅଞ୍ଚଳରେ ଇସ୍ରାଏଲ ପକ୍ଷରୁ ଆକାଶ ମାର୍ଗରୁ ଆକ୍ରମଣ, ଦୁଇଟି ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ରହିଛି। ସାଂପ୍ରତିକ ପରିସ୍ଥିତିରେ ଇହୁଦୀ ରାଷ୍ଟ୍ର ଇସ୍ରାଏଲ ପଛରେ ୱାଶିଂଟନ ଦୃଢ ଭାବରେ ଛିଡା ହୋଇଥିବା ବ୍ଲିଙ୍କେନ କହିଛନ୍ତି। ସେ କହିଛନ୍ତି, ହାମାସ୍‍ ଅବିଚାରିତ ଭାବରେ ରକେଟ ମାଡ କରିଚାଲିଛି। ପ୍ରକୃତରେ କହିଲେ ସେମାନେ ସାଧାରଣ ନାଗରିକଙ୍କୁ ନିଜର ଲକ୍ଷ୍ୟ ବନାଉଛନ୍ତି ଏବଂ ସେଭଳି ପରିସ୍ଥିତିରେ ଇସ୍ରାଏଲ ନିଜକୁ ସୁରକ୍ଷା ଦେଉଛି। ଦୁଇପକ୍ଷ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ପ୍ରଶମିତ କରିବାକୁ ଆମେରିକା ମଧ୍ୟପ୍ରାଚ୍ୟକୁ ଜଣେ ପ୍ରତିନିଧି ପଠାଇବ ବୋଲି ସେ କହିଛନ୍ତି।
ପେଣ୍ଟାଗନରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ୍‍ ମଧ୍ୟ ଇସ୍ରାଏଲର ଆତ୍ମରକ୍ଷା ଅଧିକାର ପ୍ରତି ଦୃଢ ସମର୍ଥନ ଜଣାଇଛନ୍ତି। ହାମାସ୍‍ ଏବଂ ଅନ୍ୟ ଆତଙ୍କି ଗୋଷ୍ଠୀଗୁଡିକ ପକ୍ଷରୁ ଚାଲିଥିବା ରକେଟ ଆକ୍ରମଣକୁ ସେ ଦୃଢ ନିନ୍ଦା କରିଛନ୍ତି। ଇତିମଧ୍ୟରେ କ୍ରମାଗତ ତୃତୀୟ ଦିନ ପାଇଁ ବୁଧବାର ଦୁଇ ପକ୍ଷ ମଧ୍ୟରେ ରକେଟ ଓ ମୋର୍ଟାରରେ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦରେ ବୁଧବାର ଏକ ଜରୁରୀ ବୈଠକ ବସି ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଆମେରିକାର ବିରୋଧ କାରଣରୁ ବୈଠକ ଶେଷରେ ମିଳିତ ବିବୃତି ପ୍ରକାଶ ପାଇପାରିନଥିଲା।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories