www.samajalive.in
Saturday, December 13, 2025
18.1 C
Bhubaneswar

ଆବେଗ ହେଉଛି ଭାରତ-ଆମେରିକା ସମ୍ପର୍କର ମୂଳଦୁଆ – ମୋଦୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଉଭୟ ଭାରତ ଓ ଆମେରିକା ଦ୍ୱିପାପକ୍ଷିକ ସମ୍ପର୍କକୁ ବ୍ୟାପକ ବିଶ୍ୱ ଭାଗିଦାରୀ ସ୍ତରରେ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଥିବା ଆବେଗ ହେଉଛି ଏହି ସ୍ୱତନ୍ତ୍ର ସମ୍ପର୍କର ମୂଳଦୁଆ। ଆଜି ନୂଆଦିଲ୍ଲୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ଙ୍କ ସହ ବ୍ୟାପକ ଆଲୋଚନା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ହେଉଛି ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିଭିତ୍ତିକ ଭାଗିଦାରୀର ପ୍ରତିଫଳନ। ମୋଦୀ କହିଛନ୍ତି, ଦୁଇ ଦେଶ ନିଶା କାରବାର ଚୋରା ଚାଲାଣ ରୋକିବା ଓ ଆତଙ୍କବାଦ ଦମନ କ୍ଷେତ୍ରରେ ନୂତନ ରଣକୌଶଳ ବିକଶିତ କରିବାକୁ ଚୁକ୍ତିବଦ୍ଧ। ଏଥିସହ ଦୁଇ ଦେଶ ମଧ୍ୟରେ ଉର୍ଜା କ୍ଷେତ୍ରରେ ରଣନୀତି ଭିତ୍ତିକ ଭାଗିଦାରୀ ମଜବୁତ ହେବାରେ ଲାଗିଛି ଏବଂ ଭାରତ ପାଇଁ ତୈଳ ଓ ଗ୍ୟାସ୍‍ ଯୋଗାଇବା କ୍ଷେତ୍ରରେ ଆମେରିକା ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ମୋଦୀ କହିଛନ୍ତି।

ସେ କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ଦୁଇ ଅଙ୍କବିଶିଷ୍ଟ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଗତ ତିନି ବର୍ଷ ମଧ୍ୟରେ ଏହା ଅଧିକ ସମତୁଲ ହୋଇପାରିଛି। ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପ୍‍ ଉଦ୍‍ବୋଧନ ଦେଇ କହିଛନ୍ତି, ଭାରତ ଓ ଆମେରିକା ସେମାନଙ୍କ ନାଗରିକମାନଙ୍କୁ ମୌଳବାଦୀ ଇସଲାମୀୟ ଆତଙ୍କବାଦ ବିପତ୍ତିରୁ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି, ଉଭୟ ଦେଶ ମଧ୍ୟରେ ତିନି ବିଲିୟନ୍‍ ଡଲାର ପ୍ରତିରକ୍ଷା ସାମଗ୍ରୀ ଚୁକ୍ତି ସ୍ୱାକ୍ଷରିତ ହୋଇ ପ୍ରତରକ୍ଷା ଭାଗିଦାରୀକୁ ଆହୁରି ସମ୍ପ୍ରସାରିତ କରାଯାଇଛି। ସେ କହିଛନ୍ତି, ଭାରତକୁ ଆମେରିକାର ରପ୍ତାନୀ ପାଖାପାଖି ୬୦ପ୍ରତିଶତ ବୃଦ୍ଧି ପାଇଛି ଏବଂ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଆମେରିକୀୟ ଉର୍ଜା ରପ୍ତାନୀ ୫୦୦ ପ୍ରତିଶତ ବୃଦ୍ଧି ପାଇଛି। ଟ୍ରମ୍ପ୍‍ କହିଛନ୍ତି, ଦୁଇ ଦେଶ ଭିତ୍ତିଭୂମି ଓ ବିକାଶମୂଳକ ପ୍ରକଳ୍ପ ତିଆରି ପାଇଁ ବ୍ଲୁ ଡଟ୍‍ ନେଟୱର୍କ ଉପରେ କାର୍ଯ୍ୟ କରୁଛନ୍ତି।

- Advertisement -

ଏହି ଅବସରରେ ଭାରତରେ ଆମେରିକା ଆନ୍ତର୍ଜାତିକ ଆର୍ଥିକ ବିକାଶ ସଂସ୍ଥାର ଏକ ସ୍ଥାୟୀ କାର୍ଯ୍ୟାଳୟ ସ୍ଥାପନ କରାଯିବ ବୋଲି ଟ୍ରମ୍ପ୍‍ ଘୋଷଣା କରିବା ସହ ଆମେରିକା ଭାରତର ବିକାଶ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ଭାରତ ଆମେରିକା ସହ କେତେକ ନୂତନ ରାଜିନାମା ସ୍ୱାକ୍ଷର କରିଛି। ଏଥିରେ ଡାକ୍ତରୀ ସାମଗ୍ରୀର ସୁରକ୍ଷା ଓ ମାନସିକ ସ୍ୱାସ୍ଥ୍ୟ ଏବଂ ଏଲ୍‍.ଏନ୍‍.ଜି. ରପ୍ତାନୀ ପାଇଁ ଭାରତୀୟ ତୈଳ ନିଗମ ଓ ଏକସନ୍‍ ମୋବିଲ୍‍ ମଧ୍ୟରେ ବୁଝାମଣାପତ୍ର ଅନ୍ତର୍ଭୁକ୍ତ। ଆଲୋଚନାକାଳରେ ୨୪ଟି ରୋମିଓ ହେଲିକପ୍ଟର କ୍ରୟ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories