ଅବସର ନେଲେ ନାଦାଲ, ଫାଇନାଲରେ ଡେଲ ପୋର୍ଟ

0

ନ୍ୟୁୟର୍କ : ରାଫେଲ ନାଦାଲ ୟୁଏସ୍‍ ଓପନର ସେମିଫାଇନାଲରୁ ଅବସର ନେଇଛନ୍ତି। ୟୁଏସ୍‍ ଓପନରୁ କେବେ ମଧ୍ୟ ଅବସର ନେଇନଥିବା ନାଦାଲ ଆଣ୍ଠୁରେ ଆଘାତ କାରଣର ଅବସର ନେଇଛନ୍ତି। ଜୁଆନ ମାର୍ଟିନ ଡେଲ ପୋର୍ଟଙ୍କଠାରୁ ୭-୬, ୬-୨ରେ ପଛୁଆ ଥିବାବେଳେ ନାଦାଲ ଅବସର ନେଇଛନ୍ତି। ଦୀର୍ଘ ୬୯ ମିନିଟ୍‍ ଧରି ପ୍ରଥମ ସେଟ୍‍ ଖେଳିଥିଲେ। ଆଣ୍ଠୁରେ ଆଘାତ ଜନିତ ସମସ୍ୟାରେ ଅତିଷ୍ଠ ହୋଇ ସେ ଖେଳରୁ ଓହରି ଯାଇଛନ୍ତି।
ତେବେ  ଆସନ୍ତା କାଲି  ଅର୍ଥାତ ରବିବାର ଫାଇନାଲରେ ନୋଭାକ ଜୋକୋଭିକ, ଜୁଆନ ମାର୍ଟିନ ଡେଲ୍‍ ପୋର୍ଟଙ୍କୁ ଭେଟିବେ। ଅନ୍ୟପକ୍ଷରେ ଶନିବାର ମହିଳା ସିଙ୍ଗଲ୍ସ ଫାଇନାଲରେ ଜାପାନର ନାଉମି ଓସାକା, ସେରେନା ୱିଲିୟମ୍ସଙ୍କୁ ଭେଟିବେ।

Leave A Reply