www.samajalive.in
Saturday, December 6, 2025
16.1 C
Bhubaneswar

ତାଲିବାନ ପାଖରେ ଏବେ ୮୫ ବିଲିଅନ ଡଲାର ମୂଲ୍ୟର ସାମରିକ ସରଞ୍ଜାମ

କାବୁଲ: ଆମେରିକା ଆଫଗାନିସ୍ତାନରୁ କେବଳ ଯେ ତାଲିବାନ ଭୟରେ ନିଜ ସୈନ୍ୟମାନଙ୍କୁ ସମୟ ପୂର୍ବରୁ ପ୍ରତ୍ୟାହାର କରିନେଇଛି ତାହା ନୁହେଁ, ଏଥିସହିତ ଏହା ତାଲିବାନ ଆତଙ୍କି ଗୋଷ୍ଠୀଙ୍କ ପାଇଁ ପ୍ରାୟ ୮୫ ବିଲିଅନ ଡଲାର ମୂଲ୍ୟର ସାମରିକ ସରଞ୍ଜାମ ଆଫଗାନିସ୍ତାନରେ ଛାଡିଯାଇଛି। ପୂର୍ବରୁ କେବଳ ଏକେ ୪୭ ଭଳି ଆଗ୍ନେୟାସ୍ତ୍ରରେ ଆତଙ୍କରାଜ ଚଳାଇଥିବା ତାଲିବାନ ପାଇଁ ଏହା ବରଦାନ ସଦୃଶ ହୋଇଛି। ଏତେ ପରିମାଣର ଯୁଦ୍ଧାସ୍ତ୍ର, ଯାନବାହନ, ଲଢୁଆ ହେଲିକପ୍ଟର, ବିମାନ ଆତି ଅନେକ ରାଷ୍ଟ୍ର ନିକଟରେ ମଧ୍ୟ ନାହିଁ ବୋଲି ଡେଲି ମେଲ୍‍ରେ କୁହାଯାଇଛି। ଆମେରିକାର ରିପବ୍ଲିକାନ କଂଗ୍ରେସ ସଦସ୍ୟ ଜିମ୍‍ ବ୍ୟାଙ୍କସଙ୍କ ଉକ୍ତିକୁ ଉଦ୍ଧାର କରି ଏହା କହିଛି ଯେ, ଆମେରିକା ସୈନ୍ୟମାନେ ଆଫଗାନିସ୍ତାନରେ ଯେତିକି ସଂଖ୍ୟାରେ ଲଢୁଆ ବ୍ଲାକହକ୍‍ ହେଲିକପ୍ଟର ଛାଡିଆସିଛନ୍ତି, ତାହା ବିଶ୍ୱର ୮୫ ପ୍ରତିଶତ ରାଷ୍ଟ୍ରରେ ଥିବା ଏହି ଧରଣର ହେଲିକପ୍ଟର ଠାରୁ ମଧ୍ୟ ଅଧିକ।
ଆଫଗାନିସ୍ତାନରେ ଆମେରିକାର ଅସ୍ତ୍ରଶସ୍ତ୍ର ଯୋଗାଣ ଦାୟିତ୍ୱରେ ଜଣେ ଅଧିକାରୀ ଭାବରେ କାର୍ଯ୍ୟ କରିଥିବା ଜିମ୍‍ ବ୍ୟାଙ୍କସ କହିଛନ୍ତି, ଆମେରିକା ପ୍ରଶାସନର ଅବହେଳା କାରଣରୁ ଏଭଳି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବେ ଆଫଗାନିସ୍ତାନରେ ରହିଯାଇଛି। ସବୁଠାରୁ ଦୁଃଖର ବିଷୟ ହେଉଛି, ୨୦ ବର୍ଷ ଧରି ଆମେରିକା ଉକ୍ତ ଅସ୍ତ୍ରଶସ୍ତ୍ରକୁ ତାଲିବାନ ଆତଙ୍କିମାନେ ଯେଭଳି ଆଫଗାନ ଦଖଲ ନକରିବେ, ସେହି ଉଦ୍ଦେଶ୍ୟରେ ଠୁଳ କରିଥିଲା। କିନ୍ତୁ ତାହା ଏବେ ସେହି ଆତଙ୍କି ଗୋଷ୍ଠୀଙ୍କୁ ଆମେରିକା ଉପହାର ଭଳି ଦେଇଆସିଛି। ଏହି ଅସ୍ତ୍ରଶସ୍ତ୍ର ଓ ସାମରିକ ସରଞ୍ଜାମ ମଧ୍ୟରେ ରହିଛି ଅତ୍ୟାଧୁନିକ ଏମବିଆଇଟିଆର-୨ (ମଲଟି-ବ୍ୟାଣ୍ଡ୍‍ ଇଂଟ୍ରାଟିମ୍‍ ରେଡିଓ), ଏମ୪ କାର୍ବାଇନ, ଶତାଧିକ ସଂଖ୍ୟାରେ ବ୍ଲାକ ହକ ହେଲିକପ୍ଟର, ଚିନୁକ ହେଲିକପ୍ଟର, ସାମରିକ ବିମାନ, ବିପୁଳ ସଂଖ୍ୟକ ଲଢୁଆ ଟ୍ୟାଙ୍କ, ନାଇଟ ଭିଜନ ଗଗଲ୍ସ ଆଦି। ପାଦରେ ଚପଲ, ସାଲୱାର କମିଜ, ମୁଣ୍ଡରେ ଗାମୁଛା ଗୁଡାଇ କାନ୍ଧରେ ପୁରୁଣା ଏକେ-୪୭ ପକାଇ ବୁଲୁଥିବା ତାଲିବାନି ଆତଙ୍କିଙ୍କ ଚେହେରା ବଦଳି ଯାଇଛି। ସେମାନେ ଆମେରିକୀୟ ସୈନ୍ୟଙ୍କ ଭଳି ୟୁନିଫର୍ମ, ମୁଣ୍ଡରେ ନାଇଟ ଭିଜନ ଥିବା ହେଲମେଟ, ପାଦରେ ଜୋତା ଏବଂ ହାତରେ ଆମେରିକୀୟ ଆସଲ୍ଟ ରାଇଫଲ ସହିତ ଆମେରିକୀୟ ସାଞ୍ଜୁଆ ଗାଡିରେ ବୁଲୁଛନ୍ତି। ଏପରିକି ସୋମବାର ସେମାନେ ଏକ ଚିନୁକ ହେଲିକପ୍ଟରକୁ କାନ୍ଦାହାର ବିମାନ ବନ୍ଦର ଏବଂ ଆଖପାଖ ଅଞ୍ଚଳରେ ଉଡାଣ ମଧ୍ୟ କରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories