www.samajalive.in
Wednesday, December 10, 2025
23.1 C
Bhubaneswar

ପଲଟିଗଲା ବାଜି: ଲାଦାଖ ଉତ୍ତେଜନା କାଳରେ ଆମେରିକା ପଠାଇଲା ପୃଥିବୀର ସବୁଠୁ ଶକ୍ତିଶାଳୀ ବୋମାବର୍ଷୀ ବିମାନ

ୱାଶିଂଟନ: ଲାଦାଖରେ ଭାରତ-ଚୀନ ଉତ୍ତେଜନା ଶେଷ ହେବାର ନାଁ ଧରୁନାହିଁ । ଚୀନ ବିରୋଧରେ ଭାରତୀୟ ସେନା ପାହାଡ଼ ପରି ଠିଆ ହୋଇଛନ୍ତି । ଚୀନକୁ ପଛକୁ ଯିବାକୁ ବାଧ୍ୟ କରୁଛନ୍ତି । ତଥାପି ଚୀନ ମାନୁନାହିଁ, ଓଲଟି ସୀମାନ୍ତରେ ଯୁଦ୍ଧାସ୍ତ୍ର ଠୁଳ କରିବାରେ ଲାଗିଛି ଏବଂ ପରମାଣୁବାହୀ ଡ଼ିଏଫ୍-୨୬ ବିମାନ ମୁତୟନ କରିଛି । ଭାରତ ଏହାକୁ ଅତ୍ୟନ୍ତ ଗୁରୁତର ଭାବରେ ଗ୍ରହଣ କରି ପାଲଟା ପଦକ୍ଷେପ ଗ୍ରହଣ କରୁଛି । ମାତ୍ର ଏହି ସମୟରେ ଭାରତ ପାଇଁ ଆଶ୍ଵସ୍ତି ଓ ଚୀନ ପାଇଁ ଅଶ୍ଵସ୍ତିକର ବାର୍ତା ଦେଇଛି ଆମେରିକା । ଡ଼ୋନାଲ୍ଡ଼ ଟ୍ରମ୍ପ ପୃଥିବୀର ସବୁଠାରୁ ଘାତକ ତଥା ଶକ୍ତିଶାଳୀ ପରମାଣୁ ବୋମାବର୍ଷୀ ବିମାନ ବି-୨ ସ୍ଟିଲ୍ଥ ବମ୍ବର (ବି-୨ଏଏସବି)କୁ ଡ଼ିଆଗୋ ଗାର୍ସିଆରେ ମୁତୟନ କରିଛନ୍ତି । ଏହି ବୋମାବର୍ଷୀ ବିମାନ ଏକ ସମୟରେ ୧୬ଟି ପରମାଣୁ ବମ୍ ପରିବହନ କରି ଚୀନକୁ ପୁରା ବିଧ୍ଵସ୍ତ କରିବାକୁ ସକ୍ଷମ । ଏହା ଏତେ ଶକ୍ତିଶାଳୀ ଯେ ଏହାର ଛବିକୁ ରାଡ଼ରରେ ଧରିବା ସମ୍ଭବ ନୁହେଁ ଓ କୌଣସି ମିଶାଇଲ୍ ତାକୁ ପିଛା କରିବା ବି ସମ୍ଭବ ନୁହେଁ ।

- Advertisement -

ଭାରତ-ଚୀନ ବିବାଦ ମଧ୍ୟରେ ଦୁଇ ଦେଶର ଶୀର୍ଷ ସେନା ଅଧିକାରୀମାନଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ଚାଲିଛି । ଏହା ସତ୍ବେ ଚୀନ ପୈଙ୍ଗଗ ଓ ଦେପସାଙ୍ଗ ଅଞ୍ଚଳରେ ନିଜର ସେନା ପଛକୁ ହଟାଉ ନାହିଁ । କେବଳ ସେତିକି ନୁହେଁ, ଭାରତ ସୀମାକୁ ଲାଗି ନିଜ ଅଞ୍ଚଳରେ ବିମାନଘାଟି ନିର୍ମାଣ କରିବାରେ ଲାଗିଛି ଏବଂ ନିଜ ଅଞ୍ଚଳର ବିଭିନ୍ନ ବିମାନଘାଟିରେ ଡ଼ିଏଫ୍-୨୬ ବିମାନ ମୁତୟନ କରିଛି । ଚୀନର ଏହି ମନ୍ଦ କାର୍ଯ୍ୟକଳାପ ବିରୋଧରେ ବନ୍ଧୁ ଭାରତକୁ ସହାୟତା ଦେବାକୁ ନିଜଆଡ଼ୁ ପ୍ରସ୍ତୁତି ଆରମ୍ଭ କରିଛି ଆମେରିକା । ଆମେରିକା ଭାରତର ନିକଟବର୍ତୀ କୁହାଯାଉଥିବା ନିଜର ନୌସେନାଘାଟି ଡ଼ିଆଗୋ ଗାର୍ସିଆରେ ପରମାଣୁ ବୋମାବର୍ଷୀ ବିମାନ ମୁତୟନ କରିଛି । ଭାରତ ପ୍ରତି କୌଣସି ବିପଦ ଆଶଙ୍କା ଆସିଲେ ଆମେରିକୀୟ ପରମାଣୁବର୍ଷୀ ବିମାନ ଏଠାରୁ ପୁରା ଚୀନକୁ ଧ୍ଵଂସ କରିବାକୁ ଉଡ଼ାଣ ଆରମ୍ଭ କରିବ ।

ଆମେରିକାର ଇଣ୍ଡୋ- ପ୍ୟାସିଫିକ କମାଣ୍ଡ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଡ଼ିଆଗୋ ଗାର୍ସିଆରେ ୩ଟି ବି-୨ଏସଏସବି ମୁତୟନ କରାଯାଇଛି । ଏହି ବିମାନ ୨୯ ଘଣ୍ଟା ଯାତ୍ରା କରି ଆମେରିକାର ମିଶୌରୀ ଏୟାରଫୋସ୍ ବେସରୁ ଡ଼ିଆଗୋ ଗାର୍ସିଆ ଆସିଛି । ଆମେରିକା ନିଜର ବନ୍ଧୁ ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକର ସହାୟତା ନିମନ୍ତେ ପୁରା ପ୍ରସ୍ତୁତ ରହିଛି । ଏହି ବିମାନ ଯେ କୌଣସି ସମୟରେ ଯେ କୌଣସି ସ୍ଥାନରେ ଆକ୍ରମଣପାଇଁ ସକ୍ଷମ । ଆମେରିକୀୟ ଏୟାରଫୋର୍ସର କମାଣ୍ଡର କର୍ନେଲ ଖ୍ରୀଷ୍ଟୋଫର ଡ଼ିଆଗୋ ଗାର୍ସିଆରେ ବି-୨ ଘାତକ ବିମାନ ମୁତୟନ ନିମନ୍ତେ ବେଶ ଉତ୍ସାହିତ ଅଛନ୍ତି ଏବଂ ଶତ୍ରୁମାନଙ୍କୁ ମାଟିରେ ମିଶାଇବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

କମାଣ୍ଡର ଖ୍ରୀଷ୍ଟୋଫରଙ୍କ ସୂଚନା ଅନୁସାରେ ଏହି ବୋମାବର୍ଷୀ ବିମାନ ଆମର ଜାତୀୟ ସୁରକ୍ଷାର ଏକ ଅଂଶବିଶେଷ । ଭାରତ ମହାସାଗରରେ ଆମର ବନ୍ଧୁ ଓ ସହଯୋଗୀଙ୍କ ସହ ସଂପର୍କ ଦୃଢ଼ କରିବା ସହ ନିଜର ଆକ୍ରମଣ କ୍ଷମତାକୁ ଅଧିକ ସକ୍ରିୟ କରିବାକୁ ଯାଉଛୁ ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories