ଟିଟିଲାଗଡ଼ : ଟିଟିଲାଗଡ ସହର ମଧ୍ୟରେ ଦୁଇ ଜଣ ମହିଳାଙ୍କ ସମେତ ୪ ଜଣ ପଜିଟିଭ ଚିହ୍ନଟ ହେବା ପରେ ଏସବିଆଇ ଇଭିନିଙ୍ଗ ଶାଖା ସମ୍ମୁଖ ରାସ୍ତାକୁ କଣ୍ଟେନମେନ୍ଟ ଜୋନ ଘୋଷଣା ସହ ଗତକାଲି ପୁର୍ବାହ୍ନରେ ପ୍ରଶାସନ ପକ୍ଷରୁ ସିଲ କରାଯାଇଥିଲା। ପରେ ପୁଣି ରାତ୍ରିରେ ମହାବିର ଧର୍ମଶାଳା ଠାରୁ ପୁରୁଣା ପୋଷ୍ଟ ଅଫିସ୍ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ବଫର ଜୋନ ଘୋଷଣା କରି ସିଲ କରାଯାଇଥିବା ଜଣାଯାଇଛି। ଏନେଇ ଏହି ମାର୍ଗରେ ଥିବା ପ୍ରାୟ ୬୦ରୁ ଊର୍ଦ୍ଧ୍ବ ବଡ଼ ବଡ଼ ଦୋକାନ, ମଲରେ ତାଲା ଝୁଲୁଛି।
Popular Categories



