ଇରାକ ରାଷ୍ଟ୍ରପତି – ପମ୍ପିଓ କଥାବାର୍ତ୍ତା: ମଧ୍ୟପ୍ରାଚ୍ୟରେ ବିକାଶ ପାଇଁ ଆମେରିକା ପ୍ରତିଶୃତିବଦ୍ଧ

ୱାସିଂଟନ: ଆମେରିକା ପରରାଷ୍ଟ୍ର ସଚିବ ମାଇକେଲ ପମ୍ପିଓ ଶନିବାର ଇରାକ ରାଷ୍ଟ୍ରପତି ବର୍ହାମ ସଲିହଙ୍କ ସହ ମଧ୍ୟପ୍ରାଚ୍ୟରେ କିଭଳି ବିକାଶ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି। ଇରାନ୍‍ର ରିଭଲ୍ୟୁସନାରୀ ଗାର୍ଡସ୍‍ କମାଣ୍ଡର ଜେନେରାଲ୍‍ କାସେମ ସୋଲେମାନିଙ୍କ ହତ୍ୟା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରି ବିକାଶ ଦିଗରେ ଧ୍ୟାନ କେନ୍ଦ୍ରିତ କରିବା ଦିଗରେ ଆମେରିକା ପ୍ରତିଶୃତିବଦ୍ଧ ବୋଲି ପମ୍ପିଓ ଆଲୋଚନା କାଳରେ କହିଛନ୍ତି। ପମ୍ପିଓ ଟ୍ୱିଟ କରିଛନ୍ତି ଯେ ଆମେରିକା ଅଧିବାସୀଙ୍କ ସୁରକ୍ଷା ନେଇ ଦୃଢ ପଦକ୍ଷେପ ନେବା ସହ ଉତ୍ତେଜନା ହ୍ରାସ ଦିଗରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପ୍ରତିଶୃତିବଦ୍ଧ।

ଏ ସମ୍ପର୍କରେ ପମ୍ପିଓ ମଧ୍ୟ ଆବୁ ଧାବି ରାଜକୁମାର ମହମ୍ମଦ ବିନ ଯାଏଦ ଏବଂ ତୁର୍କୀ ବିଦେଶ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆଫଗାନିସ୍ତାନ, ସିରିଆ, ରୁଷିଆ ଏବଂ ଅନ୍ୟ ପଡୋଶୀ ଦେଶଗୁଡିକ ଉଭୟ ଇରାନ ଏବଂ ଆମେରିକାକୁ ଶାନ୍ତି ରକ୍ଷା କରିବା ସହ ଉତ୍ତେଜନା ହ୍ରାସ ପାଇଁ ଆହ୍ୱାନ ଦେଇଛନ୍ତି। ଅନ୍ୟ ପକ୍ଷରେ ସୋଲେମାନିକୁ ହତ୍ୟା ପରେ ଇରାନ୍‍ ଆମେରିକା ଉପରେ ପ୍ରତି ଆକ୍ରମଣ ପାଇଁ ଅଙ୍ଗୀକାରବଦ୍ଧ ହୋଇଛି।

Comments are closed.