ୟୁପିଏସ୍‍ସି ପରୀକ୍ଷାରୁ ବଞ୍ଚିତ ପ୍ରାର୍ଥୀଙ୍କ ଆତ୍ମହତ୍ୟା

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‍ସି) ପରିଚାଳିତ ପ୍ରଶାସନିକ ସେବାର ପ୍ରିଲିମିନାରୀ ପରୀକ୍ଷା ରବିବାର ଶେଷ ହୋଇଛି। ତେବେ ଏଥିପାଇଁ ଆଶାୟୀ ଜଣେ ପ୍ରାର୍ଥୀ ସାମାନ୍ୟ ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ କର୍ତ୍ତୃପକ୍ଷ ତାଙ୍କୁ ପରୀକ୍ଷାରେ ବସିବା ପାଇଁ ଅନୁମତି ନ ଦେବା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ବରୁଣ ନାମକ କର୍ଣ୍ଣାଟକର ୨୮ବର୍ଷୀୟ ପରୀକ୍ଷାର୍ଥୀଙ୍କୁ ଉତ୍ତର ଦିଲ୍ଲୀର ପାହାଡ଼ଗଞ୍ଜ ଅଞ୍ଚଳରେ ଅବସ୍ଥିତ କେନ୍ଦ୍ରରେ ବିଳମ୍ବରେ ପହଞ୍ଚିବା ଯୋଗୁଁ ପରୀକ୍ଷା ଦେବାକୁ ଅନୁମତି ମିଳି ନଥିଲା। ହତୋତ୍ସାହିତ ମନରେ ସେ ରାଜେନ୍ଦ୍ର ନଗରସ୍ଥିତ ଭଡ଼ା ଘରକୁ ଫେରିବା ପରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ସୋମବାର ପୁଲିସ ସେ ଛାଡ଼ି ଯାଇଥିବା ଏକ ଚିଠି ପାଇଛି; ଯେଉଁଥିରେ ସେ ପରିବାରବର୍ଗଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ତାଙ୍କ ସାଥୀଙ୍କ କହିବାନୁଯାୟୀ ବରୁଣ ମେଧାବୀ ଛାତ୍ର ଥିଲେ ଓ ସେ ୟୁପିଏସ୍‍ସି ପରୀକ୍ଷା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଥିଲେ।

Leave A Reply