www.samajalive.in
Friday, December 5, 2025
20.1 C
Bhubaneswar

ଚାକିରିରୁ ବିଦା ହେଲେ ଆଇଏଏସ ଅଧିକାରୀ ପୂଜା ଖେଡକର, ଆଉ ଦେଇପାରିବେନି ୟୁପିଏସସି ପରୀକ୍ଷା

ସମାଜ ଡିଜିଟାଲ ଡେସ୍କ: ଠକେଇ ଏବଂ ଜାଲିଆତି ବଳରେ ଚାକିରି କରି ବିବାଦ ଘେରକୁ ଆସିଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ) ପୂଜା ଖେଡକରଙ୍କ ବିରୋଧରେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂଜାଙ୍କୁ ଆଇଏଏସ ଚାକିରିରୁ ବହିସ୍କାର କରାଯିବା ସହିତ ଭବିଷ୍ୟତରେ ସମସ୍ତ ପରୀକ୍ଷା ଲାଗି ତାଙ୍କ ପ୍ରାର୍ଥିତ୍ଵକୁ ରଦ୍ଦ କରାଯାଇଛି। ୟୁପିଏସସି ପକ୍ଷରୁ ପୂଜାଙ୍କ ଦ୍ଵାରା ଦାଖଲ କରାଯାଇଥିବା ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଥିବାବେଳେ ସେ ନାଗରିକ ସେବା ପରୀକ୍ଷା ୨୦୨୨ ନିୟମକୁ ଉଲ୍ଲଂଘନ କରିଥିବା ସ୍ପଷ୍ଟ ହୋଇଛି। ତେଣୁ ଭବିଷ୍ୟତରେ ୟୁପିଏସସିର ସମସ୍ତ ପରୀକ୍ଷା ପାଇଁ ତାଙ୍କ ପ୍ରାର୍ଥିତ୍ଵକୁ ରଦ୍ଦ କରାଯାଇଥିବା ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ପୂଜା କେବଳ ତାଙ୍କ ନିଜ ନାମ ବଦଳାଇ ଧାର୍ଯ୍ୟ ସୀମାଠାରୁ ଅଧିକ ଥର ପରୀକ୍ଷା ଦେଇନାହାନ୍ତି, ବରଂ ନିଜ ଅଭିଭାବକଙ୍କ ନାମ ମଧ୍ୟ ବଦଳାଇଛନ୍ତି। ଏଭଳି ଜାଲିଆତିକୁ ରୋକାଯିବା ଲାଗି ମାନକ ପରିଚାଳନା ପଦ୍ଧତି(ଏସଓପି)କୁ ଆହୁରି କଠୋର କରାଯିବ ବୋଲି ୟୁପିଏସସି ପକ୍ଷରୁ କୁହାଯାଇଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories