www.samajalive.in
Friday, December 5, 2025
26.1 C
Bhubaneswar

ନବୀନଙ୍କୁ ପ୍ରଶଂସା କଲେ ଅମିତ ଶାହ

ସମାଜ ଡିଜିଟାଲ ଡେସ୍କ: କେରଳ ଭୂସ୍ଖଳନରେ ୧୫୦ ଲୋକଙ୍କ ଜୀବନହାନି ହେବା ପରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ସପ୍ତାହେ ଆଗରୁ ସତର୍କ ସୂଚନା ଦିଆଯିବା ସତ୍ବେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ପାହାଡ଼ ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତରଣ କରିବା ଦିଗରେ କୌଣସି ପଦକ୍ଷେପ ନ ନେବାରୁ ଏତେ ଲୋକଙ୍କ ପ୍ରାଣହାନୀ ଘଟିଲା ବୋଲି ଶାହ ବୁଧବାର ରାଜ୍ୟ ସଭାରେ କହିବା ସହିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ଶାହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ନବୀନଙ୍କ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ଉପକୂଳ ରାଜ୍ୟ ଓଡ଼ିଶାରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସୁଥିଲେ ହେଁ ସେଠାକାର ପୂର୍ବତନ ସରକାର ଜିରୋ କାଜୁଆଲଟି(ଶୂନ୍ୟ ମୃତ୍ୟୁ)କୁ ପ୍ରାଥମିକତା ଦେଇଆସନ୍ତି। ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନବୀନଙ୍କ ତ୍ଵରିତ ପଦକ୍ଷେପ ଯୋଗୁ କୌଣସି ଜୀବନହାନି ଘଟେ ନାହିଁ। ସହଳ ସତର୍କତା ମିଳିବା କ୍ଷଣି ନବୀନ ଲୋକଙ୍କୁ ସର୍ବପ୍ରଥମେ ବିପଦପୂର୍ଣ୍ଣ ସ୍ଥାନରୁ ଉଦ୍ଧାର କରିବାକୁ ପଦକ୍ଷେପ ନିଅନ୍ତି। ସେଥିପାଇଁ ଅନ୍ୟ କୌଣସି ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ନବୀନଙ୍କ ସହାୟତା ଖୋଜାପଡ଼େ। କିନ୍ତୁ କେରଳ ସରକାର ସପ୍ତାହେ ଆଗରୁ ସମ୍ଭାବ୍ୟ ଭୂସ୍ଖଳନ ବିଷୟ​‌​‌ରେ ଜାଣି ବି ଚୁପ ରହିଥିଲେ ବୋଲି ଶାହ କହିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories