www.samajalive.in
Saturday, December 6, 2025
14.1 C
Bhubaneswar

ସିିଭିଲ୍ ସର୍ଭିସ ପରୀକ୍ଷାକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଆସନ୍ତା ସିଭିଲ ସର୍ଭିସ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଆବେଦନର ବିଚାର  କରି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ଏବଂ କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) କୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ୍ ଏମ୍ ଖାନୱିଲକରଙ୍କ ନେତୃତ୍ୱରେ ଏକ ବେଞ୍ଚ କେନ୍ଦ୍ର ସରକାରଙ୍କ ଉତ୍ତର ଲୋଡିଥିବା ବେଳେ ପରବର୍ତୀ ଶୁଣାଣି  ୨୮ ତାରିଖରେ ହେବ ।

ସିଭିଲ ସର୍ଭିସେସ୍ (ପ୍ରାଥମିକ) ପରୀକ୍ଷା ୨୦୨୦ ପରିଚାଳନା  ସଂକ୍ରାନ୍ତରେ ଆଡଭୋକେଟ୍ ଆଲୋକ ଶ୍ରୀବାସ୍ତବଙ୍କ ମାଧ୍ୟମରେ   ଅକ୍ଟୋବର ୪ ରେ ସିଭିଲ୍ ସର୍ଭିସ୍ ପରୀକ୍ଷାକୁ ୨ ରୁ ୩ ମାସ ସ୍ଥଗିତ ରଖିବାକୁ ଆବେଦନ ହୋଇଛି ।

- Advertisement -

ଏହି ଆବେଦନରେ ଦର୍ଶାଯାଇଛି ଯେ ଏହି ୭ ଘଣ୍ଟାର ଅଫଲାଇନ୍ ପରୀକ୍ଷା, ଯାହା ଭାରତର ୭୨ ଟି ସହରର ପରୀକ୍ଷା କେନ୍ଦ୍ରରେ ପ୍ରାୟ ଛଅ ଲକ୍ଷ ପରୀକ୍ଷାର୍ଥୀ ଭାଗ ନେବେ ତାହା କୋଭିଡ଼ ୧୯ ଜୀବାଣୁ ବିସ୍ତାରର ଏକ ବଡ଼ ଉତ୍ସ ହୋଇପାରେ।

ତେଣୁସିଭିଲ ସର୍ଭିସେସ୍ (ପ୍ରାଥମିକ) ପରୀକ୍ଷାକୁ ୨ ରୁ ୩ ମାସ ପର୍ୟ୍ୟନ୍ତ ସ୍ଥଗିତ ରଖିବାକୁ କିମ୍ବା ଆମ ଦେଶର ଅଧିକାଂଶ ଅଞ୍ଚଳରେ କୋଭିଡ଼-୧୯ ସ୍ଥିତି ସ୍ବାଭାବିକ ହେବା ପର୍ଯନ୍ତ  ସ୍ଥଗିତ ରଖିବାକୁ କୁହାଯ।ଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories