www.samajalive.in
Saturday, December 6, 2025
26.1 C
Bhubaneswar

ଦୁର୍ଘଟଣା ପ୍ରବଣ ଚିଲାଖଣ୍ଡି ପୁରୁଣା ପୋଲ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକଅର୍ନ୍ତଗତ ହରେକୃଷ୍ଣପୁର ଶିବମନ୍ଦିର ନିକଟସ୍ଥ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଉପରେ ରହିଥିବା ଚିଲାଖଣ୍ଡି ପୁରୁଣା ପୋଲଟିର ବିପଦପୂର୍ଣ୍ଣ  ଅବସ୍ଥା ବର୍ତମାନ ପଥଚାରୀଙ୍କ ପାଇଁ ଦୁର୍ଘଟଣା ଜୋନ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ କତୃପକ୍ଷ ଦୀର୍ଘ ୩ବର୍ଷ ତଳେ ଏହାର ଅପରପାଶ୍ୱର୍ରେ ଏକ  ନୂତନ ପୋଲ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ମାତ୍ର ପୋଲ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ହୋଇଥିବା ଏ.ଆର.ଏସ.ଏସ ଭଳି ଏକ ବେସରକାରୀ ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ପ୍ରାୟ ତିନିବର୍ଷରୁ  ଅଧିକ ସମୟ ହେଲା ଏହାର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡିରହିଛି। ଯାହା ଫଳରେ ସଂକୀର୍ଣ୍ଣ ଅବସ୍ଥାରେ ରହିଥିବା ପୂରୁଣା ପୋଲ ଉପରେ ଦୈନିକ ଶହ ଶହ ପରିମାଣରେ ଭାରି ଯାନବାହାନ ଯାତାୟତ ଯୋଗୁଁ ପୋଲ ଉପରିଭାଗରେ ବଡ ବଡ ଗାତ ସୃଷ୍ଟି ସହିତ ସପୋର୍ଟିଙ୍ଗ୍ ଓାଲ ଭାଙ୍ଗି ଅତ୍ୟନ୍ତ ଦୟନୀୟ ବିପଦପୂର୍ଣ୍ଣ  ଅବସ୍ଥା ଯୋଗୁଁ ପ୍ରତିଦିନ ଏଠାରେ ଛୋଟବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ବହୁ ସମୟରେ ପୁରୁଣା ସଂକୀର୍ଣ୍ଣ ପୋଲ ଉପରେ ଗାଡି ଅତିକ୍ରମ ସମୟରେ  ଦୁର୍ଘଟଣା ଘଟି ଅନେକ ଜୀବନହାନୀ ହେଉଥିବା ମଧ୍ୟ ନଜରକୁ ଆସୁଛି। ଏହା ସତ୍ୱେ ଜାତୀୟ ରାଜପଥ କତୃପକ୍ଷ ଏଥିପ୍ରତି ଆଦୌଚିନ୍ତାପ୍ରକଟ କରୁନଥିବାରୁ ବାହାରଜିଲ୍ଲାରୁ ଆସୁଥିବା ଅନଭିଜ୍ଞ ଗାଡି ଡ୍ରାଇଭରଙ୍କ ପାଇଁ ବର୍ତମାନ ପୋଲଟି ଦୁର୍ଘଟଣା ପ୍ରବଣ ପାଲଟିଛି।

ଗତ ବୁଧବାର ରାତିରେ ହରଭଙ୍ଗା ଅଂଚଳରୁ ସିମେଂଟ ଖାଲିକରି ବୌଦ୍ଧ ପଟକୁ ଫେରୁଥିବା ଏକ ଦଶଚକିଆ ଟ୍ରକ ଏହି ପୋଲ ଉପରେ ଏକ ୪୦୭କୁ ଓଭରଟେକ କରୁଥିବା ସମୟରେ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇ ୩୦ଫୁଟ ପୋଲ ତଳକୁ ଖସିପଡିଥିଲା। ଫଳରେ ଶହ ଶହ ଯାନବାହାନ ରାସ୍ତାର ଉଭୟପାଶ୍ୱର୍ରେ ଘଂଟା ଘଂଟା ଧରି ଅଟକିଯାଇଥିଲା। ଏଭଳି ଦୁର୍ଘଟଣା ଏଠାରେ ବାରମ୍ବାର ଘଟୁଥିବାବେଳେ ଜାତୀୟରାଜପଥ କତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଏବଂ ଜିଲ୍ଲାପ୍ରଶାସନିକ ଅଧିକାରୀଙ୍କ ଚୁପ୍ ବସିବା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ସହିତ ଏହି ରାସ୍ତା ଦେଇ ବିଧାୟକ ମନ୍ତ୍ରୀ ଠାରୁ ଆରମ୍ଭ କରି  ଜିଲ୍ଲାପାଳ,ଉପଜିଲ୍ଲାପାଳ,ପି.ଡି ଭଳି ବହୁଉଚ୍ଚସ୍ତରୀୟ ପଦାଧିକାରୀ  ଯାତାୟତ କରୁଥିଲେ ମଧ୍ୟ ବିପଦପୂର୍ଣ୍ଣ ପୋଲ ଉପରେ  କାହାର  ଦୃଷ୍ଟି ନପଡିବା ଦୁର୍ଭାଗ୍ୟଜନକ ବିଷୟ ବୋଲି ଆଲୋଚନା ହେଉଛି। ଏ ସଂର୍ପକରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦୃଷ୍ଟିଆକର୍ଷଣ କରିବାରୁ ସେ ଏ ନେଇ ଅବଗତ ଥିବା କହିଛନ୍ତି। ତୁରନ୍ତ ଜାତୀୟରାଜପଥ କତୃପକ୍ଷଙ୍କୁ ତୁରନ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ ଠିକାସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ବାଧ୍ୟ ହେବୁ ବୋଲି କହିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories