www.samajalive.in
Sunday, December 7, 2025
16.1 C
Bhubaneswar

ବେଆଇନ ଗୋ-ଚାଲାଣ: ୧୭ ବଳଦ ସହ ୨ ପିକଅପ୍ ଭ୍ୟାନ ଜବତ, ୨ ଅଟକ 

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ଅଞ୍ଚଳ ଦେଇ ଯାଇଥିବା ୫୩ ନମ୍ୱର୍ ରାଜ୍ୟ ରାଜପଥରେ ଅନେକ ସମୟରେ ଆନନ୍ଦପୁର, ଯାଜପୁର, ଭଦ୍ରକରୁ ବେଆଇନ ଗୋ-ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକ ଓ ପୋଲିସର ସକ୍ରିୟତା ଫଳରେ କିଛି ଦିନ ଗୋ-ଚାଲାଣ ବନ୍ଦ ରହିଥିଲା । ମାତ୍ର ତାହା ପ୍ରକୃତରେ ବନ୍ଦ ନହୋଇ ଗ୍ରାମାଞ୍ଚଳ ଦେଇ ଯଶିପୁର , ରାଇରଙ୍ଗପୁର , ହାଟବାଦଳା କୁ ବେଆଇନ ଭାବେ ଗୋ-ଚାଲାଣ ହେଉଥିବା ଜଣାପଡ଼ିଛି ।
ପ୍ରକାଶଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଶାଳବଣି ଗ୍ରାମର ୨ ଟି ପିକଅପ୍ ଭ୍ୟାନ ନମ୍ୱର୍ ଓଡ଼ି-୩୪-୩୦୦୮ ଓ ଓଡ଼ି-୦୯-୨୪୪୬ ରେ ସମୁଦାୟ ୧୭ ଟି ବଳଦ କୁ ଅତି ଅମାନୁଷିକ ଭାବେ ଲଦିବା ସହିତ ଗାଡିରେ ଚୋରା ଚାଲାଣ କରାଯାଉଥିବା ବେଳେ ଦିରିବ ଗ୍ରାମର ବିଷ୍ଣୁ ମହାନ୍ତ ତାଙ୍କ ଗାଁ ଛକ ନିକଟରେ ଅଟକାଇଥିଲେ । ଗାଡି ଦୁଇଟିରେ ବଳଦ ଯାଉଥିବାର ଦେଖି ଗାଁର ଅନ୍ୟ ମାନଙ୍କୁ ଡାକିଥିଲେ ଓ ଠାକୁରମୁଣ୍ଡା ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଠାକୁରମୁଣ୍ଡା ପୋଲିସ ପହଞ୍ଚି ୧୭ ଟି ବଳଦ ସହ ୨ ପିକଅପ୍ ଭ୍ୟାନକୁ ଜବତ କରିବା ସହ ଆନନ୍ଦପୁର ଥାନା ଅନ୍ତର୍ଗତ ଶାଳବଣି ଗ୍ରାମର ଡ୍ରାଇଭର ସୁଦାମ ସାହୁ ଓ ସେହି ଥାନା ଅନ୍ତର୍ଗତ ମୁଚିନ୍ଦା ଗ୍ରାମର ଡ୍ରାଇଭର ଅନି ସାହୁ କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଠାକୁରମୁଣ୍ଡା ଥାନା କେଶ ନଂ ୮୭ ଓ ୮୮ ରେ ମୋକଦ୍ଦମା ରୁଜ୍ଜୁ ହୋଇ ପଶୁ ନିରୋଧ ଆଇନ ବଳରେ ଅଧିକ ତଦନ୍ତ ଜାରି ରହିଛି କ୍ଷ ତେବେ ଠାକୁରମୁଣ୍ଡା ,ମହୁଲଡିହା ଓ କରଞ୍ଜିଆ ଥାନା ନଂ ୫୩ ରାଜ୍ୟ ରାଜପଥ ଦେଇ ଦିନ ଏବଂ ରାତ୍ରୀରେ ଗୋ ଚାଲାଣ ହେଉଥିବାରୁ ବିଶ୍ବହିନ୍ଦୁ ପରିଷଦ ଧର୍ମ ପସାର ସଦସ୍ୟ ବାବା ଯଦୁନାଥ ମହାନ୍ତ ସମେତ ହିନ୍ଦୁ ସଂଗଠନ ଗୁଡ଼ିକ ଏହାର ବିରୋଧ କରିବ ସହ ଯଦି ଗୋ ଚାଲାଣ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଦାବି କରୁଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories