ଭୁବନେଶ୍ବର : ବଢୁଛି ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା। ଏକ ଅଙ୍କରୁ ରୋଗୀଙ୍କ ସଂଖ୍ୟା ଆରମ୍ଭ ହୋଇ ୩ ଅଙ୍କ ଛୁଇଁଲାଣି। ସରକାର କରୋନାକୁ ହରାଇବାପାଇଁ ଲକଡାଉ ଓ ସଟଡାଉନ କରୁଥିବାବେଳେ କିଛି ଅମନିଆଙ୍କ ପାଇଁ ଏହା ଦ୍ରୃତ ଗତିରେ ବଢି ଚାଲିଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ଫେରନ୍ତା ମଧ୍ୟ ଚିନ୍ତା ବଢାଇଛନ୍ତି। ୧୪ ଦିନର କ୍ବାରେଣ୍ଟାଇନରେ ରହିଲାପରେ ମଧ୍ୟ ଲକ୍ଷଣ ଜଣାପଡୁନାହିଁ ହେଲେ ରକ୍ତ ନମୂନା ପରୀକ୍ଷାରେ କରୋନା ପଜିଟିଭି ଜଣାପଡୁଛି ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ଏହସହ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହୋଇ ୧୦୩ରେ ପହଞ୍ଚିଛି। ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୮ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩
ଖୋର୍ଦ୍ଧା ୪୬ (ସକ୍ରିୟ ରୋଗୀ ୨୩, ସୁସ୍ଥ ୨୧, ମୃତ ୧)
ଭଦ୍ରକ ୧୬ (ସକ୍ରିୟ ୧୪, ସୁସ୍ଥ ୨)
ଯାଜପୁର ୧୮ ( ସକ୍ରିୟ ୧୭, ସୁସ୍ଥ ୧)
ବାଲେଶ୍ବର ୧୦ (ସକ୍ରିୟ ୧୦)
ସୁନ୍ଦରଗଡ଼ ୦୬ ( ସକ୍ରିୟ ୩, ସୁସ୍ଥ ୩)
କେନ୍ଦ୍ରାପଡ଼ା ୦୨ (ସକ୍ରିୟ ୧, ସୁସ୍ଥ ୧ )
କଳାହାଣ୍ଡି ୦୨ (ସୁସ୍ଥ-୨)
କଟକ ୦୧ (ସୁସ୍ଥ ୧)
ଢ଼େଙ୍କାନାଳ ୦୧ (ସୁସ୍ଥ ୧)
ପୁରୀ ୦୧ ( ସୁସ୍ଥ ୧)



