www.samajalive.in
Saturday, December 6, 2025
23.1 C
Bhubaneswar

ହିଂସାରେ ୩ କୋଟିର ସମ୍ପତ୍ତି ନଷ୍ଟ, କ୍ଷତିଭରଣା ପାଇଁ ୧୧୦ ଆନ୍ଦୋଳନକାରୀଙ୍କୁ ନୋଟିସ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ସୃଷ୍ଟି ହୋଇଥିବା ହିଂସାରେ ୩ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରାରମ୍ଭିକ ପର୍ଯ୍ୟାୟରେ ଆକଳନ କରାଯାଇଛି। ଏହା ପରେ ଆନ୍ଦୋଳନକାରୀଙ୍କଠାରୁ ଏହି କ୍ଷତି ଭରଣା କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୧୦ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଛି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ନୋଟିସ ଜାରି କରାଯାଇଛି। ଏଡିଏମ(ପ୍ରୋଟୋକଲ) ବି.ବି. ମିଶ୍ର କହିଛନ୍ତି ଯେ, ପୁଲିସ ତଦନ୍ତ ଆଧାରରେ ଭଙ୍ଗାରୁଜା ଏବଂ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ଚିହ୍ନଟ ହୋଇଥିବା ଆୟୋଜକ ରାଜନୈତିକ ଦଳ, ସଂଗଠନ ଏବଂ ବ୍ୟକ୍ତି ବିଶେଷଙ୍କ ନୋଟିସ ଜାରି କରାଯାଇଛି। ୩ ଦିନ ମଧ୍ୟରେ ସେମାନେ ଲିଖିତ ଆକାରରେ ନିଜ ନିଜ ପକ୍ଷ ରଖିବାକୁ ନିର୍ଦେଶ ଦିଆଯାଇଛି। ଏହା ପରେ ପ୍ରଶାସନ କ୍ଷତି ଭରଣା ପ୍ରକ୍ରିୟା ଆରମ୍ଭ କରିବ। ଚିହ୍ନଟ ହୋଇଥିବା ଅଭିଯୁକ୍ତମାନଙ୍କଠାରୁ ସମସ୍ତ କ୍ଷତି ଭରଣା କରାଯିବ। ସୂଚନାଯୋଗ୍ୟ, ସିଏଏ ବିରୋଧରେ ଗତ ଗୁରୁବାର ଉତ୍ତରପ୍ରଦେଶର ହସନଗଞ୍ଜ, ପୁରୁଣା ଲକ୍ଷ୍ନୌର ଆକବରୀ ଗେଟ୍‌, ଠାକୁରଗଞ୍ଜ, ପରବର୍ତ୍ତନ ଚୌକ ଏବଂ କେଡି ବାବୁ ଷ୍ଟାଡିୟମ ନିକଟରେ ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିବା ସହିତ ଗାଡ଼ିମୋଟରରେ ନିଆଁ ଲଗାଇ ଦେଇଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories