www.samajalive.in
Saturday, December 6, 2025
14.1 C
Bhubaneswar

ଖାତକୁ ଓଲଟିଲା ଗାଡ଼ି; ଜଣେ ମୃତ ଓ ୩ ଆହତ

ଉତ୍ତରକାଶୀ: ଉତ୍ତରକାଶୀ ଯମୁନା ଘାଟିର ରାଜଗଡ଼ ନିକଟରେ ଏକ ଗାଡ଼ି ଖାତକୁ ଖସିପଡ଼ି  ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ଦିନେଶ ତିୱାରୀ(୨୮)। ସେ ବାଗେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି। ସମସ୍ତ ଆହତଙ୍କୁ ନିକଟରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟା ସମୟରେ ଜୋଶୀମଠ ନିକଟରେ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଚାଳକଙ୍କ ମୃତ୍ୟୁ ହେବା ସହ ଗାଡ଼ିରେ ଥିବା ଅନ୍ୟ ୩ ଜଣ ଶ୍ରମିକ ଆହତ ହେଇଥିଲେ। ଉକ୍ତ ଗାଡ଼ିଟି ବଦ୍ରିନାଥ ମାଣାଠାରୁ ପିପଲକୋଟୀ ଆସୁଥିଲା। ମାତ୍ର ଜୋଶୀମଠ ପେଟ୍ରୋଲ ପମ୍ପ ନିକଟରେ ସନ୍ଧ୍ୟା ସମୟରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ପ୍ରାୟ ୩୦ ମିଟର ଗଭୀର ଖାତ ମଧ୍ୟକୁ ଓଲଟି ପଡ଼ିଥିଲା। ଖବର ପାଇ ପୁଲିସ ଆହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories