www.samajalive.in
Saturday, December 6, 2025
15.1 C
Bhubaneswar

ବସକୁ ଧକ୍କା ଦେଲା ଟ୍ରକ ; ୪ ମୃତ, ୧୪ ଆହତ

ଲଖନଉ : ଉତ୍ତରପ୍ରଦେଶର ବାରାବଙ୍କି ଜିଲାରେ ଶନିବାର ଭୋର ୩ଟା ୩୦ରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସକୁ ଟ୍ରକ ଧକ୍କା ଦେବାରୁୁ ଦୁର୍ଘଟଣାରେ ଚାରି ଜଣଙ୍କ ଜୀବନ ଚାଲି ଯାଇଛି। ଏହାସହ ୧୪ ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନା ଯୋଗ୍ୟ, ବାରାବଙ୍କିରେ ବହରାଇଚ ହାଇୱେରେ ଏହି ଦୁର୍ଘଟଣା ଘଟିଛି। ରାମନଗର ଥାନା ଅନ୍ତର୍ଗତ ମହଙ୍ଗପୁର ନିକଟରେ ହାଇୱେରେ ଠିଆ ହୋଇଥିବା ଏକ ବସ୍‍ କୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ବସରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ। ବସଟିର ଟାୟାର ସମସ୍ୟା କାରଣରୁ ଏହାକୁ ବଦଳାଇବା ପାଇଁ ଆବଶ୍ୟକ ଥିଲା। ବସଟି ରାସ୍ତାରେ ଠିଆ ହୋଇଥିବା ସମୟରେ ପଛପଟୁ ଟ୍ରକଟି ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ସେଠାରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କ ଚିିକିତ୍ସା ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories