www.samajalive.in
Saturday, December 6, 2025
16.1 C
Bhubaneswar

ଚର୍ଚ୍ଚାରେ କୁନି ଝିଅର ପ୍ରଧାନମନ୍ତ୍ରୀଙ୍କୁ ଚିଠି ; ମ୍ୟାଗି ମାଗିଲେ ମାଆ ମାରୁଛି

କନ୍ନୌଜ : ମୋଦୀ ଜି! ବହୁତ ଦରଦାମ୍‍ ବୃଦ୍ଧି ହୋଇଛି। ପେନସିଲ୍‍ ,ରବର ଦାମ୍‍ ବଢିଛି। ମ୍ୟାଗି ମାଗିଲେ, ପେନସିଲ୍‍ ମାଗିଲେ ମାଆ ମାରୁଛି। ମୁଁ କ’ଣ କରିବି? ମୋ ପେନସିଲ୍‍ ପିଲାମାନେ ଚୋରି କରି ନେଉଛନ୍ତି। ଏଭଳି ହିଁ କିଛି ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଲେଖିଛି ଏକ ୫ ବର୍ଷର ଝିଅ।
ସୂଚନାନୁଯାୟୀ, ଉତ୍ତରପ୍ରଦେଶର କନ୍ନୌଜ ଜିଲାରେ ଛିବରାମଉ ନଗରର ମୋହଲ୍ଲା ବିରତିୟା ନିବାସୀ ବିଶାଲ ନାମକ ଜଣେ ବ୍ୟକ୍ତିଙ୍କ ୫ ବର୍ଷର ଝିଅ ସାଧାରଣ ଡାକ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ଜିନିଷ ଦର ବୃଦ୍ଧି ପରେ ସେ ମ୍ୟାଗି ମାଗିଲେ ତାଙ୍କ ମାଆ ମାରୁଛନ୍ତି ବୋଲି ଚିଠିରେ ଲେଖିଛନ୍ତି। ଏହି ୫ ବର୍ଷର ଝିଅ ପ୍ରଥମ ଶ୍ରେଣୀରେ ପାଠ ପଢନ୍ତି। ଜିନିଷର ଦର ବଢିବା ପରେ କାନ୍ଦିବା ଭଳି ଅଭିଯୋଗ କରି ଚିଠି ଲେଖିଛନ୍ତି।
ରବିବାର ଠାରୁ ଏହି ଚିଠି ଚର୍ଚ୍ଚାର ବିଷୟ ପାଲଟିଛି। କୁନି ଝିଅର ମାଆଙ୍କ କହିବାନୁଯାୟୀ, କୁନି ଝିଅ ନିଜ ଇଚ୍ଛାରେ ଏଭଳି ଚିଠି ଲେଖିଛି। ନିଜ ବାପାଙ୍କୁ ବାରମ୍ବାର କହି ଡାକରେ ପଠାଇଛି। ଏହି ଚିଠି ବର୍ତ୍ତମାନ ସୋସିଆଲ୍‍ ମିଡିଆରେ ବେଶ୍‍ ଭାଇରାଲ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories