OMC 1 banner

ଲାଇଭ୍‍ ମର୍ଡର: ଯୁବକଙ୍କୁ ସର୍ବସମ୍ମୁଖରେ ଗୁଳିମାରିଲେ

ସମାଜ ଡିଜିଟାଲ ଡେସ୍କ: ଏ ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ । ହେଲେ ସର୍ବସମ୍ମୁଖରେ କିଭଳି ଭାବେ ଖୋଲାଖୋଲି ଚାଲିଛି ଅପରାଧ ତାହା ଆପଣ ଏହି ଭିଡ଼ିଓ ଦେଖିଲେ ହିଁ ଜାଣିପାରିବେ । ଜଣେ ଯୁବକ ଯିଏକି ସିଇମିଂ ପୁଲ ନିକଟରେ ଛିଡା ହୋଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ସହିତ କୌଣସି କାରଣବଶତଃ ବଚସା ହୋଇଥିଲା । ଏହାକୁ ନେଇ ଯୁବକ ଜଣଙ୍କୁ କଥାକଥାକେ ଗୁଳିମାରିଥିଲେ । ଯାହା ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଘଟଣାଟି ଉତ୍ତରପ୍ରଦେଶର ମିରଠ ଅଞ୍ଚଳର ହୋଇଥିବା ଜଣାପଡିଛି । ୨୫ବର୍ଷୀୟ ଅରଶଦଙ୍କୁ ସୁଇମିଂ ପୁଲ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । ଅଭିଯୁକ୍ତ ବିଲାଲ ଏବଂ ଦାନିଶ ଗୁଳି କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗତ ଦୁଇ ଦିନ ପୂର୍ବେ ଦୁଇ ଯୁବକଙ୍କୁ ମଧ୍ୟରେ ବଚସା ହୋଇଥିବା ଜଣାପଡିଛି । ଏହି କାରଣରୁ ଅରଶଦଙ୍କୁ ଗୁଳି ମାରି ହତ୍ୟା କରିଥିଲା ଅଭିଯୁକ୍ତ ବିଲାଲ । ପୁଲିସ ସିସିଟିଭ ଫୁଟେଜ ଆଧାରରେ ଘଟଣା ତଦନ୍ତ କରୁଛି ।

Comments are closed.