www.samajalive.in
Saturday, December 6, 2025
19.1 C
Bhubaneswar

ମେଣ୍ଟରେ ଉପନିର୍ବାଚନ ଲଢିବେ ସମାଜବାଦୀ ପାର୍ଟି ଓ କଂଗ୍ରେସ

ୟୁପି: ଉତ୍ତରପ୍ରଦେଶରେ ବିଧାନସଭା ଉପନିର୍ବାଚନ ନେଇ ବଡ ଖବର ସାମ୍ନାକୁ ଆସିଛି । ଲୋକସଭା ନିର୍ବାଚନରେ ସଫଳତା ମିଳିବା ପରେ ଏଠାରେ ବିଧାନସଭା ଉପନିର୍ବାଚନରେ ମଧ୍ୟ କଂଗ୍ରେସ ଓ ସମାଜବାଦୀ ପାର୍ଟି ମେଣ୍ଟ କରି ନିର୍ବାଚନ ଲଢିବାକୁ ଯାଉଛନ୍ତି । ୧୦ବର୍ଷ ହେବ ବିଜେପି ଏଠାରେ ସରକାରରେ ଥିବାରୁ ଏଥର ବିଜେପିକୁ ମାତ ଦେବା ପାଇଁ ହାତ ମିଳାଇଛନ୍ତି କଂଗ୍ରେସ ଓ ସମାଜବାଦୀ ପାର୍ଟି । ୧୦ଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହେବାକୁ ଥିବାରୁ ଏଠାରେ ମିଳିତ ଭାବେ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡ଼ିଛନ୍ତି ବିରୋଧୀ । କୁହାଯାଉଛି ଯେ ୧୦ଟି ଆସନରୁ କଂଗ୍ରେସ ୩ଟି ଆସନରେ ଏବଂ ସମାଜବାଦୀ ପାର୍ଟି ୭ଟି ଆସନରେ ନିର୍ବାଚନ ଲଢିପାରନ୍ତି । ଏନେଇ କଂଗ୍ରେସ ପକ୍ଷରୁ ଆସନ୍ତା ୨୧ ତାରିଖରେ ସମସ୍ତ ଜିଲ୍ଲା ମୁଖ୍ୟଙ୍କ ସହିତ ଏକ ଜରୁରୀ ବୈଠକ ହେବାକୁ ଯାଉଛି । ତେବେ ଉପନିର୍ବାଚନ ହେବାକୁ ଥିବା ୧୦ଟି ଆସନରୁ ସମାଜବାଦୀ ପାର୍ଟି ପାଖରେ ପୂର୍ବରୁ ୫ଟି ସିଟ୍‍ ରହିଆସିଛି ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories