www.samajalive.in
Sunday, December 14, 2025
23.1 C
Bhubaneswar

ମାସୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସଙ୍ଗ : ଜାତିସଂଘରେ ମିଳିତ ପ୍ରସ୍ତାବ

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦ (ଜେଇଏମ୍‌) ମୁଖ୍ୟ ମାସୁଦ ଆଝାର ଉପରେ କଟକଣା ଲାଗୁ କରିବା ଲାଗି ବୁଧବାର ଜାତିସଂଘରେ ପୁନଃ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ଭିଟୋ କ୍ଷମତାସମ୍ପନ୍ନ ତିନୋଟି ପ୍ରମୁଖ ରାଷ୍ଟ୍ର ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ଏହି ପ୍ରସ୍ତାବ ଆଣିଛନ୍ତି। ଏହାକୁ ରୁଷ ମଧ୍ୟ ସମର୍ଥନ କରିବ ବୋଲି କୁହାଯାଉଛି। କାରଣର ଅତୀତରେ ଏହା ମାସୁଦ ଉପରେ କଟକଣାକୁ ସମର୍ଥନ କରିଥିଲା। ତେବେ ଏହି ପ୍ରସ୍ତାବକୁ ନେଇ ଚୀନ ଉପରେ ଏବେ ସଭିଙ୍କ ଦୃଷ୍ଟି ନିବଦ୍ଧ ରହିଛି। କାରଣ ଚୀନ ଅତୀତରେ ଏହିଭଳି ପ୍ରସ୍ତବକୁ ଭିଟୋ ପ୍ରୟୋଗ କରି ଅଟକାଇଥିଲା। ଜାତିସଂଘ ନିରାପତ୍ତା ସମ୍ବନ୍ଧୀୟ କମିଟି ଏହି ପ୍ରସ୍ତାବ ଉପରେ ୧୦ ଦିନ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିବ।
ଉଲ୍ଲେଖ ଯେ, ଫେବୃଆରୀ ୧୪ରେ ପୁଲୱାମାଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଜୈଶ ନିଜକୁ ଦାୟୀ କରିଥିଲା। କିନ୍ତୁ ପାକିସ୍ତାନ ଏହାର ମୁଖ୍ୟ ମାସୁଦକୁ ନିଜ ମାଟିରେ ମୁକ୍ତ ବୁଲିବାକୁ ଦେଇଛି। ୨୦୦୧ରେ
ପାର୍ଲାମେଣ୍ଟ ଆକ୍ରମଣ, ୨୦୧୬ରେ ପଠାନକୋର୍ଟ ଆକ୍ରମଣ ଓ ୨୦୧୬ରେ ଉରି ଆକ୍ରମଣରେ ମଧ୍ୟ ମାସୁଦର ହାତ ରହିଛି। ପାକିସ୍ତାନ ନିଜ ମାଟିରେ ମାସୁଦକୁ ଖୋଲା ବୁଲିବାକୁ ଦେଇ ଆତଙ୍କବାଦକୁ ପ୍ରୋତ୍ସାହିତ କରିଛି ବୋଲି ଭାରତ ଅନେକଥର ଅଭିଯୋଗ ଦର୍ଶାଇଛି। ଏହା ସତ୍ତ୍ବେ ପାକିସ୍ତାନ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବାରୁ ଭାରତ ଏହା ସହିତ ଆଲୋଚନା ବନ୍ଦ କରିଛି। ଅନ୍ୟପଟେ ମାସୁଦକୁ ବିଶ୍ବସ୍ତରୀୟ ଆତଙ୍କବାଦୀ ଘୋଷଣା କରିବା ଲାଗି ୨୦୦୯ରେ ଭାରତ ଏକ ପ୍ରସ୍ତାବ ଆଣିଥିଲା। ପରେପ​‌େ​‌ର ୨୦୧୬ରେ ଭାରତ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ସହିତ ପୁନଃ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲା। ୨୦୧୭ରେ ଏହି ତିନି ରାଷ୍ଟ୍ର ସମାନ ପ୍ରସ୍ତାବ ଜାତିସଂଘ ନିରାପତ୍ତା ପରିଷଦ ନିକଟରେ ଉପସ୍ଥାପନ କରିଥିଲେ। କିନ୍ତୁ ସବୁ ସମୟରେ ୟୁଏନ୍‌ଏସ୍‌ସିର ସ୍ଥାୟୀ ସଦସ୍ୟ ଭାବେ ଚୀନ ଭିଟୋ କ୍ଷମତା ପ୍ରୟୋଗ କରି ଉକ୍ତ ପ୍ରସ୍ତାବର ପଥ ଅବରୋଧ କରିଥିଲା।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories