www.samajalive.in
Saturday, December 6, 2025
17.1 C
Bhubaneswar

ବାଙ୍କୀ-କଟକ ମୁଖ୍ୟ ରାସ୍ତାରେ ଭାଙ୍ଗି ଓହୋଳିଛି ଡାଳ, ଯାତ୍ରୀ ଅସୁରକ୍ଷିତ

ବାଙ୍କୀ/ଡମପଡ଼ା : ବାଙ୍କୀ-କଟକ ରାସ୍ତାକୁ ଉଚ୍ଚା କରାଯିବା ପରେ ଜାତାୟତର ସୁଗମ ହୋଇପାରିଥିଲା । ଜନସାଧାରଣଙ୍କୁ ରାସ୍ତା ତମାମ୍ ଛାଇ ପ୍ରଦାନ କରିବା ପାଇଁ ବନବିଭାଗ ତରଫରୁ ଉଭୟ ପାଶ୍ୱର୍ରେ ହଜାର ହଜାର ସଂଖ୍ୟାରେ ବୃକ୍ଷରୋପଣ କରାଯାଇଥିବା ବେଳେ ତାହା ଏବେ ବଡହୋଇ ପଥଚାରୀମାନଙ୍କୁ ଛାଇ ପ୍ରଦାନ କରୁଛି । ଉପଯୁକ୍ତ ଯତ୍ନ ଅଭାବରୁ ଗଛଗୁଡିକ ଏବେ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଦେଖାଯାଇଛି ।  ଅନେକ ସ୍ଥାନରେ ଗଛର ଡାଳଗୁଡିକ ବଡ ହୋଇ ରାସ୍ତା ଉପରକୁ ଚାଲିଆସିଥିବା ବେଳେ ବଡଗାଡି ଗଲେ ଡାଳଗୁଡିକ ଗାଡିରେ ବାଡେଇ ହୋଇ ଅନେକ ସ୍ଥାନରେ ଭାଙ୍ଗି ଓହଳିଥିବା ବେଳେ ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ବାଙ୍କୀ-କଟକ ରାସ୍ତାର କୁସୁପଙ୍ଗି, ଚକୁଳେଶ୍ୱର ପାଥପୁର, ଗୟଳବାଙ୍କ, ଭଗିପୁର ଆଦି ଅଞ୍ଚଳର ରାସ୍ତା ମାନଙ୍କରେ ଡାଳଗୁଡିକ ଝୁଲିକରି ରହିଥିବା ବେଳେ ଯାତାୟତ ନେଇ ସମସ୍ୟା ସୃଷ୍ଟିକରିଛି । ତେଣୁ ଏଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories