www.samajalive.in
Friday, December 5, 2025
20.1 C
Bhubaneswar

ସର୍ବକାଳୀନ ଶୀର୍ଷସ୍ତରରେ ସେନସେକ୍ସ: ଦିନକରେ ୬୮୦ ପଏଣ୍ଟ ବୃଦ୍ଧି ପ​‌ରେ ୪୩୨୭୮ରେ ବନ୍ଦ

ନୂଆଦିଲ୍ଲୀ: କ୍ରମାଗତ ୭ମ ଦିନ ପାଇଁ ସେନସେକ୍ସରେ ଦେଖିବାକୁ ମିଳିଛି ସକାରାତ୍ମକ ଅଭିବୃଦ୍ଧି । ଉଭୟ ବିଏସଇ ଓ ଏନଏସଇ ପଏଣ୍ଟସ୍ତର ରେକର୍ଡ଼ ଶିଖର ଛୁଇଁଛି । କରୋନା ଟୀକାର ଅଗ୍ରଗତି, ଆମେରିକା ନିର୍ବାଚନରେ ବାଇଡ଼େନଙ୍କ ବିଜୟ ଓ ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନ, ଉପନିର୍ବାଚନର ଫଳାଫଳ ଯୋଗୁଁ ସେନସେକ୍ସ ବୃଦ୍ଧି ଘଟିଥିବା ଆକଳନ କରାଯାଉଛି।  ମଙ୍ଗଳବାର ଗୋଟିଏ ଦିନରେ ସେନସେକ୍ସରେ ୬୮୦ ପଏଣ୍ଟ ବୃଦ୍ଧି ଘଟିଛି ଏବଂ ଏହା ୪୩୨୭୮ରେ ବନ୍ଦ ହୋଇଛି । ଆଜି ଦିନରେ ସେନସେକ୍ସରେ ୧.୬% ବୃଦ୍ଧି ଘଟିଛି । ସେହିପରି ଏନଏସଇ ନିଫ୍ଟିରେ ୧.୩୨% ଅର୍ଥାତ୍ ୧୬୫ ପଏଣ୍ଟ ବୃଦ୍ଧି ଘଟିଛି ଓ ଏହାର ସଂଖ୍ୟା ୧୨୬୩୧ରେ ପହଞ୍ଚିଛି ।
ମଙ୍ଗଳବାର ବଜାଜ ଫାଇନାନ୍ସ, ଇଣ୍ଡସ ଇଣ୍ଡ୍ ବ୍ୟାଙ୍କ, ଏଲ ଏଣ୍ଡ ଟି, ବଜାଜ ଫିନସର୍ଭ, ଷ୍ଟେଟବ୍ୟାଙ୍କ, ଏଚଡ଼ିଏଫସି ବ୍ୟାଙ୍କର ଅଂଶଧନ ବୃଦ୍ଧି ପାଇଛି । ଏହି ସଂସ୍ଥାଗୁଡ଼ିକର ଅଂଶଧନ ୮.୯୪% ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଟେକ୍ ମହିନ୍ଦ୍ରା, ଏଚସିଏଲ୍, ଇନଫୋସିସ, ନେଷ୍ଟଲେ ଇଣ୍ଡିଆ, ସନ ଫାର୍ମା, ଟିସିଏସର ମୂଲ୍ୟ ହ୍ରାସ ପାଇଛି ।

ଅନଏପକ୍ଷରେ  NSE ପ୍ଲାଟଫର୍ମରେ ସବ୍-ଇଣ୍ଡେକ୍ସ ନିଫ୍ଟି ବ୍ୟାଙ୍କ, ବେସରକାରୀ ବ୍ୟାଙ୍କ, ପିଏସୟୁ ବ୍ୟାଙ୍କ ଏବଂ ଆର୍ଥିକ ସେବା ସେମାନଙ୍କ ଅଂଶଧନ ୪.୧୧% ବୃଦ୍ଧି ଘଟିଛି ।

- Advertisement -

ବିଦେଶରେ ମଧ୍ୟ ହଂକଂ, ସିଓଲ,​‌ ଟୋକିଓ, ପୁଞ୍ଜିବଜାର, ୟୁରୋପ ଷ୍ଟକ ଏକ୍ସଚେଞ୍ଜଗୁଡ଼ିକ ବେଶ ଲାଭବାନ ହୋଇଛନ୍ତି । ତେବେ ସାଂଘାି ଷ୍ଟକ୍ ଏକ୍ସଚେଞ୍ଜ ଅନ୍ୟମାନଙ୍କ ତୁଳନାରେ ଦୁର୍ବଳ ପ୍ରଦର୍ଶନ କରିଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories