www.samajalive.in
Friday, December 5, 2025
20.1 C
Bhubaneswar

କରୋନା ମହାମାରୀ ଓ ବନ୍ୟା ଉଜାଡି ଦେଲା ଚାଷୀର କ୍ଷେତ, ପୁଣି ଥରେ ଅଣ୍ଟା ଭିଡିଛି ଚାଷୀ

ବାଙ୍କୀ/ଡମପଡ଼ା : ବାଙ୍କୀ ଓଡ଼ିଶାର ଏକ ପ୍ରମୁଖ କୃଷିଭିତ୍ତିକ ଅଞ୍ଚଳ ଭାବେ ଜଣାଶୁଣା । ବାଙ୍କୀର ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଜୀବନ ଜୀବିକା ନିର୍ବାହ କରିଥାନ୍ତି । ବାଙ୍କୀରେ ପ୍ରଭାବିତ ହେଉଥିବା ମହାନଦୀ ଚାଷୀମାନଙ୍କ ପାଇଁ ଜୀବନରେଖା ସାବ୍ୟସ୍ତ ହେଉଥିବା ବେଳେ ସମୟେ ସମୟେ ମହାନଦୀର ମହାବନ୍ୟା ଚାଷୀଙ୍କ ପାଇଁ ଅଭିଶାପ ପାଲଟି ଯାଏ । ଚାଷୀ ନିଜ ଶ୍ରମ ଦେଇ ସୃଷ୍ଟି କରିଥିବା ସବୁଜ କ୍ଷେତ ମହାନଦୀର କରାଳ ବନ୍ୟାର ଆଁ ଭିତରେ ସତେ ଯେମିତି ଶ୍ରୀହୀନ ହୋଇପଡେ । ଦୂରଦୂରାନ୍ତ କ୍ଷେତ ଫସଲ ଶୂନ୍ୟ ହୋଇ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦିଏ । ଚଳିତ ବର୍ଷ  କରୋନା ମହାମାରୀ ଓ ତା ସାଙ୍ଗକୁ ଚଳିତ ବନ୍ୟାରେ ବାଙ୍କୀର ହଜାର ହଜାର ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ଭାବେ ଉଜୁଡି ଯାଇଥିବା ବେଳେ ବର୍ତ୍ତମାନର କରୋନା କଟକଣା ଓ ବନ୍ୟାର ବିଭିଷିକାରେ ବାଙ୍କୀ ଅଞ୍ଚଳର ସମସ୍ତ ଚାଷୀମାନେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡିଛନ୍ତି । ବନ୍ୟାରେ ବାଙ୍କୀର ସମୁଦାୟ ୧୪ ହଜାର ୪ ଶହ ହେକ୍ଟର ଧାନ ଚାଷଜମିରୁ ୧୦ ହଜାର ୧୭୪ ହେକ୍ଟର ଧାନ ଚାଷ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା  ବେଳେ ୫ ହଜାର ୫ ଶହ ଅଣଧାନ ଚାଷ ଜମିରୁ ୩ ହଜାର ୨ ଶହ ହେକ୍ଟର ଜମି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଥିଲା । ଫଳରେ ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲିବା ସହିତ ବାଙ୍କୀରେ ପନିପରିବା ଦର ଅହେତୁକ ଦରବୃଦ୍ଧି ହୋଇଥିବା ଦେଖିବାକୁ ମିଳିଥିଲା । ଶ୍ରମ ବିରତ ଚଷାପୁଅ ନବସି  ପୁନର୍ବାର ନିଜର ଜମିକୁ ସବୁଜ ସୁନ୍ଦର କରିବା ପାଇଁ ଅଣ୍ଟାସଳଖୁ ଛନ୍ତି । ବାଙ୍କୀର ଶିମିଳିପୁର, ହରିରାଜପୁର, ବିଲିପଡା, ଢଁସର, ନିସ୍ତିପୁର, ପାଥପୁର, ଭଗୀପୁର ଆଦି ଅଞ୍ଚଳର ଚାଷୀମାନେ କୋବି, ଟାମାଟୋ,ବିନ୍, କାକୁଡି, ବାଇଗଣ, ଭେଣ୍ଡି ଆଦି ଫସଲ ନିଜ ଜମିରେ ଲଗାଇଥିବା ବେଳେ ନିଜର ଶ୍ରମ ଦେଇ ଭଲ ଦି ପଇସା ଆୟ କରିବା ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ବିଭିନ୍ନ ସୋସାଇଟ୍ ଏବଂ ମହାଜନଙ୍କ ଠାରୁ ରୁଣ ଆଣି ଫସଲ କରିଥିବା ବେଳେ ସେଗୁଡିକ ନଷ୍ଟ ହୋଇଯାଇଥିଲା । ବନ୍ୟାରେ  ଉଜିଡି ଯାଇଥିବା ଫସଲରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ସରକାରଙ୍କର କ୍ଷତିପୂରଣକୁ ଚାହିଁ ବସିଛନ୍ତି ।  ବର୍ତ୍ତମାନ ପରିସ୍ଥିତିରେ ଫସଲମାନ କରିବା ପାଇଁ ମହାଜନଙ୍କ ଠାରୁ କରଜ କରି ବିହନ ଆଣି ଚାଷରେ ଲଗାଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ କରୋନା ମହାମାରୀ ଯୋଗୁଁ ଚାଷୀମାନେ ନିଜର ଉତ୍ପାଦିତ ଫସଲକୁ ଅନ୍ୟସ୍ଥାନରେ ବିକ୍ରି କରିବା ପାଇଁ ଯାଇ ପାରୁନଥିବା ବେଳେ ବାଙ୍କୀରେ ମଧ୍ୟ ପରିବା ସଂରକ୍ଷୀତ କରି ରଖିବା ପାଇଁ ଶୀତଳଭଣ୍ଡାରର ବ୍ୟବସ୍ଥା ନାହିଁ । ବହୁ ପୂର୍ବରୁ ଥିବା ଶୀତଳଭଣ୍ଡରଟି ଦୀର୍ଘ ବର୍ଷ ହେବ ଅଚଳ ହୋଇ ପଡିଥିବା ବେଳେ ପ୍ରଶାସନିକ ଉଦାସୀନତା ଯୋଗୁଁ ତାହା କାର୍ଯ୍ୟକ୍ଷମ ହୋଇପାରୁନଥିବା ବେଳେ ବାଙ୍କୀ ଅଞ୍ଚଳର ଚାଷୀ ଶୀତଳ ଭଣ୍ଡାରର ବ୍ୟବସ୍ଥା ନପାଇ ବଳକା ଫସଲକୁ ସଂରକ୍ଷୀତ କରି ରଖିବାରେ ବିଫଳ ହେଉଛନ୍ତି । ଯାହା ଫଳରେ ସେମାନେ ଅନେକ ସମୟରେ ଆର୍ଥିକ ପରିସ୍ଥିତିର ସାମ୍ନା କରୁଥିବା ପ୍ରକାଶ କରିଥିବା ବେଳେ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories