www.samajalive.in
Saturday, December 6, 2025
14.1 C
Bhubaneswar

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଜାତିସଂଘ ମହାସଚିବ

ନ୍ୟୁୟର୍କ : ମିଳିତ ଜାତିସଂଘ ଓ ବିଭିନ୍ନ ଦେଶ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‍ ଅଟଳ ବିହାରୀ ବାଜପେୟୀଙ୍କୁ ଜଣେ ଦୃଷ୍ଟାନ୍ତମୂଳକ କୂଟନୀତିଜ୍ଞ ଭାବେ ବର୍ଣ୍ଣନା କରିଛନ୍ତି। ଜାତିସଂଘରେ ଥିବା ଭାରତର ସ୍ଥାୟୀ ଦୂତାବାସକୁ ଗସ୍ତ କରି ଶ୍ରୀ ଗୁଟେରସ୍‍ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆତ୍ମୀୟ ସ୍ୱଜନଙ୍କ ନିକଟକୁ ଶୋକବାର୍ତ୍ତା ପଠାଇଛନ୍ତି। ପ୍ରଥମ ଭାରତ ୟୁରୋପୀୟ ସଂଘ ଶିଖର ବୈଠକ ସମୟରେ ସେ ବାଜପେୟୀଙ୍କୁ ସାକ୍ଷାତ୍‍ କରିଥିବା ସଂପର୍କରେ ସ୍ମୃତିଚାରଣ କରିଥିଲେ। ବାଜପେୟୀ ସଦା ସର୍ବଦା ଜଣେ ପ୍ରେରଣାଦାୟୀ କୂଟନୀତିଜ୍ଞ ଓ ନିଃସ୍ୱାର୍ଥପର ନେତା ଭାବେ ସ୍ମରଣୀୟ ହୋଇ ରହିବେ ବୋଲି ଶ୍ରୀ ଗୁଟେରସ୍‍ କହିଛନ୍ତି। ଭାରତ ଓ ବିଶ୍ୱରେ ଶାନ୍ତି ଏବଂ ବିକାଶ ଦିଗରେ ସେ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିଥିବାର ଜାତିସଂଘର ମହାସଚିବ କହିଛନ୍ତି।
ସେହିପରି ପେରୁ, ଇସ୍ରାଏଲ୍‍, ନାଇଜେରିଆ, ପାଲେଷ୍ଟାଇନ୍‍, ସ୍ୱିଜର୍‍ଲ୍ୟାଣ୍ଡ, ପାକିସ୍ତାନ ଓ ଜାପାନ ସମେତ ବିଭିନ୍ନ ଦେଶର ପ୍ରତିନିଧିମାନେ ଜାତିସଂଘରେ ଥିବା ଭାରତର ସ୍ଥାୟୀ ଦୂତାବାସକୁ ଗସ୍ତ କରି ଶୋକ ପୁସ୍ତିକାରେ ଶୋକ ବାର୍ତ୍ତାମାନ ଲେଖିଛନ୍ତି। ଭାରତର ବାଣିଜ୍ୟ ଦୂତାବାସ ମଧ୍ୟ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories