ଉନ୍ନାଓ ଗଣବଳାତ୍କାର ମାମଲା : ଗ୍ରାମବାସୀଙ୍କୁ ଧମକ, ଦୁଇ ନିଖୋଜ୍‌

0

ଲକ୍ଷ୍ନୌ : ଉନ୍ନାଓ ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେନ୍‌ଗାରଙ୍କ ନାମରେ ଆଉ ଏକ ଗୁରୁତର ଅଭିଯୋଗ ଆସିଛି । ଗଣବଳାତ୍କାର ଘଟଣା ପ୍ରଘଟ ହେବାପରେ ଗ୍ରାମର ୨ ଜଣ ଲୋକ କେଉଁଆଡେ ନିଖୋଜ୍‌ ହୋଇଯାଇଥିବା ଅଭିଯୋଗ ହୋଇଛି । ଏହି ୨ ଲୋକଙ୍କ ଗାଏବ ପଛରେ ବିଧାୟକଙ୍କ ହାତ ଥିବା କୁହାଯାଉଛି । ବିଧାୟକଙ୍କ ଗୁଣ୍ଡା ଗ୍ରାମବାସୀଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗକାରିଣୀର କକା କହିଛନ୍ତି। ବିଧାୟକ ଜେଲ୍‌ରେ ରହି ଲୋକଙ୍କୁ ଧମକେଇବା ପାଇଁ ନିଜ ଲୋକଙ୍କୁ ନିର୍ଦେଶ ଦେଇଛନ୍ତି । ମୁହଁ ଖୋଲିଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଗ୍ରାମବାସୀଙ୍କୁ ଧମକ ଦିଆଯାଉଛି। ଅଭିଯୋଗକାରିଣୀଙ୍କ କହିବା ଅନୁସାରେ ଶନିବାର ବିଧାୟକ କୁଳଦୀପ ସିଂହଙ୍କ ଲୋକଙ୍କ ୨ଟି ଗାଡ଼ି ଆସି ଗ୍ରାମରେ ପହଞ୍ଚିଥିଲା । ସେମାନେ ଗ୍ରାମବାସୀଙ୍କୁ ଧମକ ଚମକ ଦେଇଥିଲେ । ପ୍ରକାଶ ଯେ ଗଣବଳାତ୍କାର ଅଭିଯୁକ୍ତ ବିଜେପି ବିଧାୟକ କୁଳଦୀପଙ୍କୁ ସିବିଆଇ ୭ ଦିନ ରିମାଣ୍ଡରେ ନେଇଛି । ଏକ ସ୍ଥାନୀୟ ଅଦାଲତ ଅଭିଯୁକ୍ତ ବିଧାୟକଙ୍କୁ ଅପ୍ରେଲ ୨୮ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜରେ ରଖିବାକୁ ନିର୍ଦେଶ ଦେଇଛନ୍ତି । ଏହାପରେ ବିଧାୟକଙ୍କୁ ରିମାଣ୍ଡରେ ନେବା ପାଇଁ ସିବିଆଇର ଆବେଦନକୁ ଅନୁମତି ପ୍ରଦାନ କରିଥିଲେ ।

Leave A Reply