www.samajalive.in
Saturday, December 6, 2025
15.1 C
Bhubaneswar

ଅଜଣା ଜ୍ବର: ଶିଶୁ ସମେତ ଦୁଇ ମୃତ, ୨୫ ଜଣଙ୍କ ରକ୍ତ ନମୁନା ସଂଗ୍ରହ

ପାତ୍ରପୁର: ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ ସାହାସପୁର ଗ୍ରାମରେ ଜଣେ ଶିଶୁର ଜ୍ବରରେ ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ଗ୍ରାମର ଦଣ୍ଡ ନାଇକଙ୍କ ପୁଅ ସାଇକ୍ରିଷ୍ଣା ନାଇକ(୩) ବୋଲି ଜଣାପଡିଛି। ଗତ ତିନିଦିନ ଧରି ସାଇକ୍ରିଷ୍ଣା ଜ୍ବରରେ ଆକ୍ରାନ୍ତ ହୋଇ ପ୍ରଥମେ ସୁରଙ୍ଗି ମେଡିକାଲରେ ଚିକିତ୍ସା ହୋଇଥିଲେ। ପରେ ନୁଆପଡା ଓ ଚିକିଟି ମେଡିକାଲରେ ଚିକିତ୍ସା କରାଇଥିଲେ। ଗୁରୁତର ଅସୁସ୍ଥ ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଶିଶୁ ଜଣକର ମୃତ୍ୟୁ ହୋଇଛି।
ପୁର୍ବରୁ ଏହି ଗ୍ରାମରେ ଜ୍ଵରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅଙ୍ଗନବାଡ଼ି କର୍ମୀ ସୁଜାତା ଶୁଭଦର୍ଶନୀ ନିୟମିତ ଭାବେ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେଉଥିଲେ। ଯଦ୍ୱାରା ଆଜି ସ୍ବାସ୍ଥ୍ୟକର୍ମୀମାନେ ଗ୍ରାମରେ ପହଞ୍ଚି ପ୍ରାୟ ୨୫ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ। ସେଥିମଧ୍ୟରୁ ଦୁଇ ଜଣଙ୍କର ମ୍ୟାଲେରିଆ ବାହାରିଥିବା ଜଣାପଡିଛି।
ସେହିପରି କୋଳିହଳା ଗ୍ରାମର ନରସିଂହ ବେଜ(୫୫ ) ନାମକ ବ୍ୟକ୍ତିଙ୍କର
ଜ୍ବରରେ ଆକ୍ରାନ୍ତ ହୋଇ ମୃତ୍ୟ ହୋଇଥିବା ଜଣାପଡିଛି। ଗତ କିଛି ଦିନ ହେବ ସେ ଜ୍ବରରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଗୁରୁତର ଅସୁସ୍ଥ ଅନୁଭବ କରିଥିଲେ। ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories