www.samajalive.in
Friday, December 5, 2025
26.1 C
Bhubaneswar

କଚ୍ଛପ ଗତିରେ କୁଳପତି ନିଯୁକ୍ତି ପ୍ରକ୍ରିୟା: ସରିଲା ଆଉ ୩ ବିଶ୍ବବିଦ୍ୟାଳୟ ପାଇଁ ସାକ୍ଷାତକାର

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ପ୍ରଶାସନିକ ନିୟନ୍ତ୍ରଣରେ ଥିବା ୧୪ ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟା କଚ୍ଛପ ଗତିରେ ଚାଲିଛି। ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ ସାକ୍ଷାତକାର ସରିଥିବାବେଳେ ଏବେ ଆଉ ୩ ବିଶ୍ବବିଦ୍ୟାଳୟ ପାଇଁ ସାକ୍ଷାତକାର ଶେଷ ହୋଇଛି। ସଂକ୍ଷପ୍ତ ତାଲିକାରେ ୩ ଜଣିଆ ନାମ ତାଲିକା କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପୁରୀ ଜିଲା ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ବବିଦ୍ୟାଳୟ କୁଳପତି ସହ ଅନ୍ୟ ୧୩ଟି ବିଶ୍ବବିଦ୍ୟାଳୟର କୁଳପତି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଏକକାଳୀନ ୧୪ ବିଶ୍ବବିଦ୍ୟାଳୟର କୁଳପତି ପଦ ପାଇଁ ପ୍ରାୟ ୩ ଶହରୁ ଊର୍ଦ୍ଧ୍ବ ପ୍ରଫେସର ଆବେଦନ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରେଭେନ୍ସା, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ରେକର୍ଡସଂଖ୍ୟକ ପ୍ରାର୍ଥୀ ଆବେଦନ କରିଥିଲେ। ଏବେ ଭାରପ୍ରାପ୍ତ କୁଳପତିରେ ଅଧିକାଂଶ ବିଶ୍ବବିଦ୍ୟାଳୟ ଚାଲୁଛି। ଫଳରେ ନିଯୁକ୍ତି ପ୍ରକ୍ରିୟା ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅଟକି ରହିଛି। ଅକ୍ଟୋବରରେ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ମନୋନୟନ ପାଇଁ ସାକ୍ଷାତକାର ହୋଇଥିଲା।ସାକ୍ଷାତକାର ସରିବା ପରେ ୩ ଜଣିଆ ନାମ ତାଲିକା ରାଜଭବନକୁ ପ୍ରେରଣ କରାଯାଇଥିଲା।

- Advertisement -

ଅନ୍ୟପକ୍ଷରେ ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ କୁଳପତି ମନୋନୟନ ପାଇଁ ସଂକ୍ଷିପ୍ତ ତାଲିକାରେ ଥିବା ୨୪ଜଣ ପ୍ରଫେସରଙ୍କ ସାକ୍ଷାତକାର ଚଳିତ ମାସ ୧୨ ଓ ୧୩ରେ ଶେଷ ହୋଇଛି। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ପାଇଁ ଚଳିତ ମାସ ୧୩ ଓ ୧୪ରେ ସଂକ୍ଷିପ୍ତ ତାଲିକ‌ାରେ ଥିବା ପ୍ରଫେସରଙ୍କର ସାକ୍ଷାତକାର ନିଆଯାଇଥିଲା। ଅନୁରୂପ ଭାବେ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ସଂକ୍ଷିପ୍ତ ତାଲିକାରେ ଥିବା ୨୦ରୁ ଊର୍ଦ୍ଧ୍ବ ପ୍ରଫେସରଙ୍କର ମଧ୍ୟ ସାକ୍ଷାତକାର ଶେଷ ହୋଇଛି। ଏହି ତିନି ବିଶ୍ବବିଦ୍ୟାଳୟର ତିନିଜଣ ପ୍ରଫେସରଙ୍କ ନାମ ତାଲିକା ବନ୍ଦ ଲଫାପାରେ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ମନୋନୟନ କମିଟି ପଠାଇଥିବା ଜଣାପଡ଼ିଛି। ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ଅନ୍ୟ ପ୍ରମୁଖ ବିଶ୍ବବିଦ୍ୟାଳୟ ପାଇଁ ଖୁବ୍‌ଶୀଘ୍ର ସାକ୍ଷାତକାର ଅନୁଷ୍ଠିତ ହେବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories