www.samajalive.in
Wednesday, December 10, 2025
23.1 C
Bhubaneswar

ସ୍କାନରରେ ରାଜାର ବାପା ଓ ପ୍ରେମିକା, ଲୋଡ଼ାଯିବ ଆଇବି ସହାୟତା

ଭୁବନେଶ୍ବର,୧୭।୧୧(ନି.ପ୍ର): ଚୌଦ୍ବାର ମଣ୍ଡଳ କାରାଗାରରୁ ବିହାରର ଦୁଇ ବନ୍ଦୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଖସିଯିବା ଘଟଣାର ତଦନ୍ତ ଜାରି ରହିଛି। ଦୁଇ ବନ୍ଦୀଙ୍କ ପତ୍ତା ମିଳୁନଥିବାରୁ କମିସନରେଟ ପୁଲିସ ଲାଗି ଅଡୁଆ ବଢ଼ୁଛି। ଫେରାର ଥିବା ରାଜା ବିଷୟରେ କିଛି ତଥ୍ୟ ସଂଗ୍ରହ କରାଯାଇଛି। ନୋଏଡାରେ ରାଜାର ବାପା ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। କାରାଗାରରୁ ଖସିବା ପରେ ରାଜା ତାଙ୍କ ବାପାଙ୍କୁ ଯୋଗାଯୋଗ କରିଥିଲେ। କିଛି ସମୟ କଥାବାର୍ତ୍ତା କରିବା ପରେ ଟଙ୍କା ମାଗିଥିଲେ। ଫେରାର ଦିନଠାରୁ ୫ରୁ ୬ଥର ଫୋନ୍‌ କରିଥିଲେ। ତାଙ୍କ ଫୋନ୍‌କୁ ପୁଲିସ ଟ୍ରାକିଂ କରି ପିଛା କରୁଥିବା ଜାଣିବା ପରେ ଫୋନ୍‌ ବନ୍ଦ କରି ଦେଇଥିଲା। ଅନୁରୂପ ଭାବେ ରାଜାର ପ୍ରେମିକା ଘର ବିହାର ଚମ୍ପାରନ୍‌ ଜିଲାରେ। ରାଜା ପ୍ରେମିକା ସହ ନିୟମିତ ଯୋଗାଯୋଗରେ ଥିଲା। ଖସିଯିବା ପରଠାରୁ ୨ରୁ ୩ଥର ପ୍ରେମିକାକୁ ସେ ଫୋନ କରିଛି। ରାଜାର ବାପା ଓ ପ୍ରେମିକା ଏବେ ସ୍ବତନ୍ତ୍ର ଅପରାଧ ଶାଖା(ଏସ୍‌ସିୟୁ) ସ୍କାନରରେ ଅଛନ୍ତି। ସେମାନଙ୍କ ଗତିବିଧି ଯାଞ୍ଚ କରୁଛି ସ୍ବତନ୍ତ୍ର ଦଳ। କାରାଗାରରୁ ଖସିବା ପରେ ରାଜା ଓ ମଧୁକାନ୍ତ ଅଲଗା ହୋଇଯାଇଛନ୍ତି। ମଧୁକାନ୍ତଙ୍କ ବିଷୟରେ କିଛି ସୁରାକ ମିଳୁନି। ଦୁହେଁ ଏକାସାଥୀରେ ନଥିବାରୁ ସମସ୍ୟା ଆହୁରି ବଢ଼ିଛି।

ସେହିପରି ରାଜା ଓ ମଧୁକାନ୍ତଙ୍କୁ ଠାବ ଲାଗି କମିସନରେଟ ପୁଲିସ ୩ଟି ରାଜ୍ୟକୁ ଯାଇ ସାରିଲାଣି। ସ୍ଥାନୀୟ ପୁଲିସ ସହାୟତାରେ ବିଭିନ୍ନ ଅପରାଧୀଙ୍କୁ ପଚରାଉଚରା ସହ କାରାଗାରରେ ଥିବା ଅପରାଧୀଙ୍କୁ ଜେରା କରିଛି। ବିହାର, ଦିଲ୍ଲୀ ଓ କଲକାତାରେ ସପ୍ତାହେ ଲେଖାଏଁ ତଦନ୍ତକାରୀ ଦଳ ବିତାଇ ସାରିଲାଣି। ସ୍ଥାନ ବଦଳାଉ ଥିବାରୁ ଦୁହିଁଙ୍କୁ ଠାବ କରିବା ତଦନ୍ତକାରୀ ଦଳ ଲାଗି ସମସ୍ୟା ହେଉଛି। ରାଜା ଓ ମଧୁକାନ୍ତ ନେପାଳ କିମ୍ବା ବାଂଲାଦେଶ ଖସି ପଳାଇଥିବା ଚର୍ଚ୍ଚା ହେଉଛି। ତଦନ୍ତ ଚାଲୁଥିବାରୁ ପୁଲିସ କିଛି ନୂଆ ତଥ୍ୟ ଦେଉନି। ଦୁଇଟି ହତ୍ୟା ମାମଲାରେ ଜଡ଼ିତ ଥିବାରୁ ମାମଲାକୁ ଗୁରୁତର ସହ ନେଇଛି ପୁଲିସ। ଏଥିଲାଗି ଜଣେ ଅତିରିକ୍ତ ଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ତଦନ୍ତଭାର ଦିଆଯାଇଛି। ପ୍ରତିଦିନ ଘଟୁଥିବା ଅଗ୍ରଗତି ଓ ପ୍ରମାଣକୁ ନେଇ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି। ଦୁଇ ବନ୍ଦୀଙ୍କ ବିଷୟରେ ତଥ୍ୟ ହାସଲ ଲାଗି କେନ୍ଦ୍ରୀୟ ଗୁଇନ୍ଦା ବିଭାଗ(ଆଇବି)ର ସହାୟତା ଲୋଡ଼ିବାକୁ ଯୋଜନା କରୁଛି କମିସନରେଟ ପୁଲିସ। ସେପଟେ ତଦନ୍ତ ଜାରି ରହିଥିବା ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories