www.samajalive.in
Sunday, December 7, 2025
13.1 C
Bhubaneswar

ଡି. ଆଇଜନହାଓ୍ବରଙ୍କଠାରୁ ଟ୍ରମ୍ପଙ୍କ ପର୍ଯ୍ୟନ୍ତ; ୭୩ବର୍ଷରେ ଭାରତ ଗସ୍ତରେ ଆସିଛନ୍ତି ୬ଆମେରିକା ରାଷ୍ଟ୍ରପତି, ଟ୍ରମ୍ପ ସପ୍ତମ

ନୂଆଦିଲ୍ଲୀ : ଆସନ୍ତାକାଲି(ସୋମବାର)ଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଅସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ତାଙ୍କ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେରଙ୍କ ସହ ଭାରତ ଗସ୍ତରେ ଆସୁଛନ୍ତି। ଏନେଇ ଭାରତ ସରକାରଙ୍କ ପକ୍ଷରୁ ଜୋର୍‌ସୋର୍‌ ପ୍ରସ୍ତୁତି ଜାରି ରହିଛି। ଟ୍ରମ୍ପ ପ୍ରଥମେ ଅହମ୍ମଦାବାଦ ମୋଟେରା ସ୍ଥିତ ଥିବା ବିଶ୍ୱର ସର୍ବବୃହତ୍‍ କ୍ରିକେଟ୍‍ ଷ୍ଟାଡିୟମ୍‍ ସର୍ଦ୍ଦାର ପଟେଲ୍‍ ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ୍‍ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍‍ ୧ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିତ ଭାବେ ସମ୍ବୋଧିତ କରିବେ। ଏହାପରେ ସେ ସନ୍ଧ୍ୟାରେ ଆଗ୍ରାରେ ପହଞ୍ଚିବେ। ସୂର୍ଯ୍ୟାସ୍ତ ପୂର୍ବରୁ ତାଜମହଲରେ ଟ୍ରମ୍ପ୍‍ ଦମ୍ପତି ପ୍ରାୟ ଏକ ଘଣ୍ଟା ସମୟ ବିତାଇବେ। ପରେ ଟ୍ରମ୍ପ ଦିଲ୍ଲୀ ଯିବାର ଯୋଜନା ରହିଛି। ତେବେ ଭାରତ ଗସ୍ତରେ ଆସିବାର ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ଆମେରିକାର ସପ୍ତମ ରାଷ୍ଟ୍ରପତି। ଟ୍ରମ୍ପଙ୍କ ପୂର୍ବରୁ ୭୩ବର୍ଷ ମଧ୍ୟରେ ଆମେରିକାର ୬ଜଣ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିଲେ।
ତେବେ ଆସନ୍ତୁ ଜାଣିବା କେଉଁ ଆମେରିକୀୟ ରାଷ୍ଟ୍ରପତି କେବେ ଭାରତ ଗସ୍ତରେ ଆସିଥିଲେ………
ଡି. ଆଇଜନହାଓ୍ବର(୧୯୫୯ ଡିସେମ୍ବର)
୧୯୫୯ ଡିସେମ୍ବରରେ ପ୍ରଥମ ଆମେରିକା ରାଷ୍ଟ୍ରପତି ଭାବେ ଡି. ଆଇଜନହାଓ୍ବର ଭାରତ ଗସ୍ତରେ ଆସିଥିଲେ। ସେହି ସମୟରେ ଜବାହରଲାଲ୍‌ ନେହେରୁ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ଡି. ଆଇଜନହାଓ୍ବର ଭାରତୀୟ ସଂସଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେଇଥିଲେ।
ରିଚାର୍ଡ ନିକସନ୍‌(୧୯୬୯ ଜୁଲାଇ ୩୧)
୧୯୬୯ ଜୁଲାଇ ୩୧ରେ ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକସନ୍‌ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ସ୍ବଗତଃ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ସେ ଭାରତରେ ୨୨ ଘଣ୍ଟା ବିତାଇ ପାକିସ୍ତାନ ଗସ୍ତରେ ଯାଇଥିଲେ।

ଜିମି କାର୍ଟର(୧୯୭୮ ଜାନୁୟାରୀ)
୧୯୭୮ ଜାନୁୟାରୀରେ ଆମେରିକା ରାଷ୍ଟ୍ରପତି ଜିମି କାର୍ଟର ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଥିଲେ। ସେହି ସମୟରେ
ମୋରାରଜୀ ଦେଶାଇ ଭାରତର ପ୍ରଧାନମନ୍ତ୍ରୀ ଥିଲେ।
ବିଲ୍‌ କ୍ଲିଣ୍ଟନ(୨୦୦୦ ମାର୍ଚ୍ଚ)
ଆମେରିକା ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ ୨୦୦୦ ମସିହା ମାର୍ଚ୍ଚରେ ପାଞ୍ଚ ଦିନିଆ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ଭାରତରେ ପ୍ରଧାନମନ୍ତ୍ରୀ ଭାବେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିଲା। କ୍ଲିଣ୍ଟନ ଦିଲ୍ଲୀ, ଜୟପୁର, ଆଗ୍ରା, ହାଇଦ୍ରାବାଦ୍‌ ଏବଂ ମୁମ୍ବାଇ ବୁଲିଥିଲେ।
ଜର୍ଜ ଡବ୍ଲ୍ୟୁ ବୁଶ୍‌(୨୦୦୬ ମାର୍ଚ୍ଚ ୧)
୨୦୦୬ ମାର୍ଚ୍ଚ ୧ରେ ଆମେରିକା ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ ତିନି ଦିନିଆ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାର ଥିଲା। ସେହି ସମୟରେ ଭାରତ ଓ ଆମେରିକା ମଧ୍ୟରେ ପରମାଣୁ ଚୁକ୍ତି ସ୍ବାକ୍ଷର ହୋଇଥିଲା।
ବାରାକ ଓବାମା( ୨୦୧୦ ନଭେମ୍ବର ୬ ଏବଂ ୨୦୧୫ ଜାନୁୟାରୀ ୨୫)
୨୦୧୦ ନଭେମ୍ବର ୬ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କାର୍ୟ୍ୟକାଳ ସମୟରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଭାରତ ଗସ୍ତରେ ଆସିଥିଲେ। ସେ ୯ ତାରିଖ ପର୍ୟ୍ୟନ୍ତ ଭାରତରେ ବିତାଇଥିଲେ। ସେହିପରି ଓବାମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସମୟରେ ମଧ୍ୟ ୨୦୧୫ ଜାନୁୟାରୀ ୨୫ରୁ ୨୭ ପର୍ୟ୍ୟନ୍ତ ଭାରତ ଗସ୍ତରେ ଆସିଥିଲେ ଏବଂ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories