ଡେସ୍କ: ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ସ୍ଥଗିତ ସ୍ଥାୟୀ ବିକାଶ ଲକ୍ଷ୍ୟର କାର୍ଯ୍ୟକାରିତା ଉପରେ ଏକ ଘୋଷଣା ପତ୍ର ସ୍ୱୀକାର କରିଛନ୍ତି।ଜାତିସଂଘ ସାଧାରଣ ସଭାର ଉଚ୍ଚସ୍ତରୀୟ ଦୁଇ ଦିନିଆ ୭୮ ତମ ଅଧିବେଶନ ଗତକାଲି ଠାରୁ ଆରମ୍ଭ ହୋଇଛି। ଏଥିରେ ଏଜେଣ୍ଡା -୨୦୩୦ର କାର୍ଯ୍ୟକାରିତା ଏବଂ ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟର ସମୀକ୍ଷା କରାଯାଇଛି।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏହି ସମ୍ମିଳନୀରେ ବିଶ୍ୱର ନେତାମାନଙ୍କୁ ୨୦୩୦ ସୁଦ୍ଧା ଦାରିଦ୍ର୍ୟ ଦୂରୀକରଣର ନିରନ୍ତର ବିକାଶ ଲକ୍ଷ୍ୟକୁ ଅଗ୍ରାଧିକାର ଦେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହାର କାର୍ଯ୍ୟକାରିତା ଅଧାରୁ କେବଳ ୧୫ ପ୍ରତିଶତ ଲକ୍ଷ୍ୟରେ ଅଛି। ବିଶ୍ୱର ନେତାମାନେ ୨୦୧୫ରେ ସ୍ଥାୟୀ ବିକାଶ ଲକ୍ଷ୍ୟ ଗ୍ରହଣ କରିଥିଲେ ଓ ଯାହାକୁ କେହି ଛାଡିବେ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ।
ଆଜି ନ୍ୟୁୟର୍କରେ ଆରମ୍ଭ ହେବାକୁ ଥିବା ଜାତିସଂଘ ସାଧାରଣ ସଭାର ଉଚ୍ଚସ୍ତରୀୟ ବୈଠକରେ ବିଶ୍ୱର ୧୪୦ରୁ ଅଧିକ ନେତା ପ୍ରତିନିଧୀ ଅଂଶଗ୍ରହଣ କରୁଛନ୍ତି।



