www.samajalive.in
Saturday, December 13, 2025
21.1 C
Bhubaneswar

ଝାରସୁଗୁଡାରେ ଇଏସଆଇସି ଉପଆଞ୍ଚଳିକ କାର୍ଯ୍ୟାଳୟ ଲୋକାର୍ପିତ

ଅନୁଗୋଳ/ଝାରସୁଗୁଡ଼ା :  ଅନୁଗୋଳ ଜିଲ୍ଲା ବଳରାମପ୍ରସାଦରେ କର୍ମଚାରୀ ରାଜ୍ୟ ବୀମା(ଇଏସଆଇ) ଡ଼ାକ୍ତରଖାନା ଏବଂ ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ-ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରି ମୋଦି ସରକାର ଶ୍ରମିକ ଓ କର୍ମଚାରୀ ମାନଙ୍କୁ ରଜ ସଂକ୍ରାନ୍ତିର ଉପହାର ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲିଙ୍କ ସହ ଏହି ଦୁଇଟି ଜନକଲ୍ୟାଣକାରୀ କାମର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି । ଶ୍ରୀ ପ୍ରଧାନ ଇଆସଆଇ ହସ୍ପିଟାଲକୁ ପ୍ରତ୍ୟକ୍ଷ ଭାବେ ଲୋକାର୍ପଣ କରିବା ସହ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଝାରସଗୁଡ଼ାରେ ଇଆସଆଇର ଉପଆଂଚଳିକ କାର୍ଯ୍ୟାଳୟର ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ କୋଇଲା ଉତ୍ପାଦନରେ ଭାରତବର୍ଷରେ ଅନୁଗୋଳ ଓ ଝାରସୁଗୁଡ଼ା ଅନ୍ୟତମ ଅଞ୍ଚଳ। ଏଠାରେ ଜିନ୍ଦଲ, ଟାଟା, ନାଲକୋ ଭଳି ଶିଳ୍ପାନୁଷ୍ଠାନ ସମେତ ଅନେକ ପାୱାର ପ୍ଲାଂଟ୍ ଅଛି। ଜିଲ୍ଲାରେ ରେଳ ବିଭାଗର କାର୍ଯ୍ୟ ସହ ଲଜିଷ୍ଟିକ ଓ ଅନ୍ସିଲାରୀ ଇଣ୍ଡଷ୍ଟ୍ରିର କାମ ବଢ଼ୁଥିବାରୁ ଶ୍ରମିକ ମାନଙ୍କ ଚାହିଦା ବୃଦ୍ଧି ପାଉଛି। ସେହି ଦୃଷ୍ଟିରୁ ବଳରାମପ୍ରସାଦ ଠାରେ ପାଖାପାଖି ୫ ଏକର ପରିମିତ ଜମିରେ ୬୫ କୋଟି ବ୍ୟୟରେ ନର୍ମିତ ଭାରତ ସରକାରଙ୍କ ଇଏସଆଇ ହସ୍ପିଟାଲ ଶ୍ରମିକ ମାନଙ୍କୁ ଚିକିତ୍ସା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଅନୁଗୋଳ ଓ ଝାରସୁଗୁଡ଼ା ଭଳି ଅଗ୍ରଣୀ ଶିଳ୍ପାଂଚଳରେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ଓ କଲ୍ୟାଣକୁ ଗୁରୁତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ଇଏସଆଇ ଡ଼ାକ୍ତରଖାନା ଫଳରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କ ସହ ୩ ଲକ୍ଷ ଉପକୃତ ହେବେ। କୋଭିଡ ମହାମାରୀ ସମୟରେ ଏହି ହସ୍ପିଟାଲ ଲୋକଙ୍କ ଜୀବନ ବଂଚ।।ଇବା ସହ ସଞ୍ଜିବନୀର ବି କାମ ଦେଇଥିଲା।
ସେହିପରି ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ-ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ମୋଦି ସରକାରଙ୍କ ଅନ୍ୟ ଏକ ଭେଟି । ଏହା ଦ୍ୱାରା ପଶ୍ଚିମ ଓଡ଼ିଶାର ୧୩ଟି ଜିଲ୍ଲା ପାଖାପାଖି ୨ ଲକ୍ଷ ବୀମାଭୁକ୍ତଧାରୀ ଶ୍ରମିକ ଓ କର୍ମଚାରୀମାନେ ଲାଭ ପାଇବେ। ସେଥିମଧ୍ୟରୁ ଝାରସୁଗୁଡ଼ାରେ ବୀମାଭୃକ୍ତ ୫୪ ହଜାର ଲୋକ ଉପକୃତ ହୋଇପାରିବେ। ଉଲ୍ଲେଖନୀୟ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଇଏସଆଇସିର ଏହି ଉପଆଂଚଳିକ କାର୍ଯ୍ୟାଳୟ ପାଇଁ ଗତବର୍ଷ ସେପ୍ଟେମ୍ବର ୨୮ ତାରିଖରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପତ୍ର ଲେଖିଥିଲେ।
ଏହାବ୍ୟତିତ ରାଜ୍ୟରେ ଆଗାମୀ ଦିନରେ ୩ଟି ନୂଆ ଇଏସଆଇ ହସ୍ପିଟାଲ ଓ ୧୨ଟି ଇଆସଆଇ ଡ଼ିସପେନସିଆରୀ ହେବ। ଭୁବନେଶ୍ୱରରେ ୧୫୦ ଶଯ୍ୟା ବିଶିଷ୍ଟ, ଯାଜପୁର ଜିଲ୍ଲା ଡ଼ୁବୁରି ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏବଂ ପାରାଦୀପରେ ୩୦ ଶଯ୍ୟା ବିଶିଷ୍ଟ ଇଆସଆଇ ହସ୍ପିଟାଲ ନିର୍ମାଣ କରାଯିବ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରମ ଶକ୍ତି ହେଉଛନ୍ତି ଓଡ଼ିଶା ଓ ଭାରତବର୍ଷର ଅର୍ଥନୀତି ପ୍ରଗତିର ଆଧାରଶୀଳା। ଶ୍ରମିକଙ୍କ ସେବା କଲେ ହିଁ ଦେଶର ଉତ୍ପାଦନ ବଢ଼ିବ। ଦେଶର ଉତ୍ପାଦନ ବଢ଼ିଲେ ଅର୍ଥନୀତି ମଜବୁତ୍ ହେବା ସହ ଗରିବଙ୍କ କଲ୍ୟାଣ ହେବ। ଏହି ମନ୍ତ୍ରରେ ମୋଦି ସରକାର ଶ୍ରମିକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ଶ୍ରମିକ ମାନଙ୍କ ସର୍ବନିମ୍ନ ପାରିଶ୍ରମିକ ଅଧାରୁ ଅଧିକ ବୃଦ୍ଧି କରାଯାଇଛି। କୋଲ ଇଣ୍ଡିଆ ଦ୍ୱାରା ଶ୍ରମିକ ମାନଙ୍କୁ ବିଶେଷ ପାରିଶ୍ରମିକ ଦିଆଯାଉଛି। ଅପରପକ୍ଷରେ ଅନୁଗୋଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର ଭଳି ଖଣି ସମ୍ପନ୍ନ ଜିଲ୍ଲା ପାଇଁ ଜିଲ୍ଲା ଖଣିଜ ପାଣ୍ଠିର (ଡ଼ିଏମଏଫ)ର ବ୍ୟବସ୍ଥା କରାଯାଇଛି । ଏହି ପାଣ୍ଠି ଅଧୀନରେ ଅନୁଗୋଳ ପାଇଁ ବାର୍ଷିକ ୨୫୦ କୋଟି ଟଙ୍କା ରାଜସ୍ୱ ମିଳୁଛି।
ଓଡ଼ିଶା ସମେତ ଦେଶର ସଂଗଠିତ ଓ ଅସଂଗଠିତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷାରେ ଯୋଡ଼ିବା ସହ ଶ୍ରମିକଙ୍କ ଜୀବନକୁ ଦୃଢ଼ୀଭୂତ କରିବା ଦରକାର। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା, ଉଚିତ୍ ପାରିଶ୍ରମିକ ଦେବା ତଥା ଶ୍ରମିକଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବା ଦିଗରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ଇଆସଆଇ,ସବୁ ସରକାରୀ ଓ ବେସରକାରୀ ଶିଳ୍ପ ସମୂହଙ୍କ ମିଳିତ ସହଯୋଗ ଆବଶ୍ୟକ। ସେମାନଙ୍କ ସ୍ୱାସ୍ଥ୍ୟ ବୀମୀ ଓ ଜୀବନ ବୀମା କରିବା ଆବଶ୍ୟକ।
ଇ-ଶ୍ରମ ପୋର୍ଟାଲରେ ଶ୍ରମିକ ପଞ୍ଜିକରଣ କରାଯିବାରେ ଓଡ଼ିଶା ଅନ୍ୟତମ ଅଗ୍ରଣୀ ରାଜ୍ୟ। ଦେଶରେ ୨୭ କୋଟି ଶ୍ରମିକ ଏବଂ ଓଡ଼ିଶାର ୧ କୋଟି ୨୭ ଲକ୍ଷ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି। ପରିବର୍ତିତ ଟେକ୍ନୋଲୋଜି ଦୃଶ୍ୟପଟ୍ଟରେ ଦେଶର ଅସଂଗଠିତ ଶ୍ରମିକ ମାନଙ୍କୁ କୁଶଳୀ କରିବାକୁ ମୋଦି ସରକାର ଦାୟିତ୍ୱ ନେଇଛନ୍ତି। ଶ୍ରମ ଶକ୍ତିକୁ ସଶକ୍ତ କରିବା ଦିଗରେ ଆମ ସମସ୍ତଙ୍କର ଭାଗିଦାରୀ ରହିବା ବି ଜରୁର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।


ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଇଏସଆଇ ଅନ୍ତର୍ଗତ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପରିବାର ବର୍ଗ, ଦିବ୍ୟାଙ୍ଗଙ୍କୁ ପେନସନ ଦରମା ସ୍ୱରପ ଚେକ୍ ପ୍ରଦାନ କରିଥିଲେ। ବିଶେଷ ଭାବରେ କୋଭିଡ୍-୧୯ ରିଲିଫ ଅନ୍ତର୍ଗତ କରୋନାରେ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ପରିବାର ବର୍ଗ ତଥା ପିଙ୍କି ଦେହୁରୀ, ଶିବାନୀ ସାହୁ, ପ୍ରତିମା ସାହୁଙ୍କୁ ଆର୍ଥିକ ସହାୟତା, ପେନସନ ଦରମାର ପ୍ରଦାନ କରିଥିଲେ। ଏହାସହ ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ପେନସନ ପ୍ରଦାନ କରାଯାଇଥିଲା ।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories