www.samajalive.in
Saturday, December 13, 2025
21.1 C
Bhubaneswar

ଓଡ଼ିଶାର ଚିରନ୍ତନ ସଂସ୍କାରର ମୁଖପତ୍ର ହେଉ “ରାଷ୍ଟ୍ରଦୀପ” : ଧର୍ମେନ୍ଦ୍ର ପ୍ରଧାନ

-ସଶକ୍ତ ସମାଜ ପାଇଁ “ରାଷ୍ଟ୍ରଦୀପ” ଭଳି ଏକ ଗଣମାଧ୍ୟମ ଜରୁରୀ
-ବାଲିଯାତ୍ରା ଲୋକକଥା ନୁହେଁ- ସଭ୍ୟ, ସଂସ୍କୃତି ଓ ସମୃଦ୍ଧ ସମାଜର ବଡ଼ ପ୍ରମାଣ
-ହିନ୍ଦୁତ୍ୱ କେବଳ ଏକ ଧର୍ମ ନୁହେଁ ବରଂ ଏକ ଜୀବନ ପ୍ରବାହ, ସଂସ୍କୃତିର ପରିଚୟ
-ଭାରତୀୟ ସଂସ୍କୃତିର ଚିରନ୍ତନ ମୂଲ୍ୟ ବିଶ୍ୱବାସୀଙ୍କ ପାଇଁ ଆଦର୍ଶ ହୋଇଛି
-ମହମାରୀ ସମୟରେ ଭାରତ ‘ବସୁଧୈବ କୁଟୁମ୍ବକମ୍‍’ ବିଚାରଧାରାର ପରିଚୟ ଦେଇଛି

କଟକ : ଓଡିଶାର ପ୍ରାଚୀନ ସଭ୍ୟତା, ସଂସ୍କୃତି, ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କର ବିଚାରଧାରା ତଥା ବିଶେଷ ଭାବରେ ଓଡିଶାର ଚିରନ୍ତନ ସଂସ୍କାରର ମୁଖପତ୍ର “ରାଷ୍ଟ୍ରଦୀପ” ହେଉ ବୋଲି ରବିବାର କଟକ ଠାରେ ଅନୁଷ୍ଠିତ “ରାଷ୍ଟ୍ରଦୀପ” ଅଷ୍ଟାବିଂଶତିତମ ବସନ୍ତ ମିଳନ ଉତ୍ସବରେ ଯୋଗଦେଇ  କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବାଲିଯାତ୍ରା ଲୋକକଥା ନୁହେଁ ସଭ୍ୟ, ସଂସ୍କୃତି ଓ ସମୃଦ୍ଧ ସମାଜର ବଡ଼ ପ୍ରମାଣ। ଓଡ଼ିଶାର ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଦାସିଆ ବାଉରୀ, ସନ୍ଥକବି ଭୀମ ଭୋଇ, କୋଣାର୍କ ମନ୍ଦିରର ମୁଣ୍ଡି ମାରି ୧୨୦୦ ବଢ଼େଇଙ୍କ ଜୀବନ ରକ୍ଷା କରିଥିବା ଧର୍ମପଦ, କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ ଓଡ଼ିଶାର ଅନନ୍ୟ ପରିଚୟ। ଏହି ଗୁଡିକୁ ବିଭିନ୍ନ ସ୍ତରରେ ପ୍ରଚାରପ୍ରସାର କରିବାର ଆବଶ୍ୟକତା ରହିଛି। ତେଣୁ ଏଭଳି ଗୁରୁଦାୟିତ୍ୱକୁ ରାଷ୍ଟ୍ରଦୀପ ଭଳି ଗଣମାଧ୍ୟମ ନେବା ଦରକାର।
ହିନ୍ଦୁତ୍ୱ କେବଳ ଏକ ଧର୍ମ ନୁହେଁ ବରଂ ଏକ ଜୀବନ ପ୍ରବାହ, ସଂସ୍କୃତିର ପରିଚୟ। ଏହି ପରିପ୍ରେକ୍ଷୀରେ “ସାଂସ୍କୃତିକ ପୁନରୁଥାନର ଅଗ୍ରଦୂତ ପରିପ୍ରକାଶ “ରାଷ୍ଟ୍ରଦୀପ” ଆମ ଦେଶର ନାଗରିକ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟତା, ଦେଶାତ୍ମବୋଧ ଏବଂ ରାଷ୍ଟ୍ର ପ୍ରତି ସମର୍ପଣ ଭାବକୁ ସଜାଗ କାର୍ଯ୍ୟରେ ବ୍ରତୀ ହୋଇ ନିଜର ମହନୀୟ ପରିଚୟ ସୃଷ୍ଟି କରିପାରିଛି। ଭାରତୀୟ ସଂସ୍କୃତିର ଚିରନ୍ତନ ମୂଲ୍ୟ ତଥା ଭୋକରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଇବା ଓ ବିଚାରଧାରାର ମୂଲ୍ୟବୋଧ ଗୁଡ଼ିକ ବିଶ୍ୱବାସୀଙ୍କ ପାଇଁ ଆଦର୍ଶ ଭାବେ ଗଢ଼ି ଉଠୁଛି। ସଶକ୍ତ ସମାଜ ପାଇଁ ରାଷ୍ଟ୍ରଦୀପ ଭଳି ଏକ ଗଣମାଧ୍ୟମ ଜରୁରୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ମହାମାରୀ ସମୟରେ ବିପର୍ଯ୍ୟୟକୁ ମୁକାବିଲା କରିବା ପିପିଇ କିଟ୍‍, ମାସ୍କ, ଔଷଧ ଉତ୍ପାଦନ କରି ଦେଶବାସୀଙ୍କ ଆବଶ୍ୟକତାକୁ ପୂରଣ କରିବା ସହ ବିଶ୍ୱର ଅନେକ ଦେଶକୁ ଏହି ସାମଗ୍ରୀ ଯୋଗାଇ ‘ବସୁଧୈବ କୁଟୁମ୍ବକମ୍‍’ ବିଚାରଧାରାର ପରିଚୟ ଦେଇଛି। ଭାରତୀୟ ବିଜ୍ଞାନୀ ମାନଙ୍କ ଜ୍ଞାନ, କୌଶଳ ଏବଂ ପ୍ରୟାସ ଦ୍ୱାରା ଭାରତରେ ପ୍ରସ୍ତୁତ ଟିକା କେବଳ ଭାରତ ନୁହେଁ ବରଂ ବିଶ୍ୱବାସୀଙ୍କ ମନରେ ଆଶାର ନୂଆ କିରଣ ପ୍ରଜ୍ଜ୍ୱଳିତ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories