www.samajalive.in
Friday, December 12, 2025
16.1 C
Bhubaneswar

ଆଖଣ୍ଡଳମଣି ପୀଠର ବିକାଶମୂଳକ କାର୍ଯ୍ୟ ପାଇଁ ଦେବୋତ୍ତର କମିଶନରଙ୍କ କ୍ଷେତ୍ର ପରିଦର୍ଶନ

ଆରଡି : ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର  ଓ ପୀଠର ବିକାଶ ମୂଳକ କାର୍ଯ୍ୟ ପାଇଁ  ରାଜ୍ୟ ସରକରାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ରୁ ଉର୍ଦ୍ଧ୍ବ ଟଙ୍କା। ଏହି କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ରବିବାର ଦେବୋତ୍ତର କମଶନର ଚିତ୍ତରଞ୍ଜନ ମହାପାତ୍ର ପୀଠରେ ପହଁଚି ମଣିବାବାଙ୍କୁ ଦର୍ଶନ କରିବା ସହ ମନ୍ଦିରର ଗର୍ଭଗୃହ ସମେତ ପାରିପାର୍ଶ୍ବିକ ବୁଲି ଦେଖିଥିଲେ। ପରେ ମନ୍ଦିର କାର୍ଯ୍ୟାଳୟ ପରିସରରେ ଦୀର୍ଘ ସମୟ ଧରି ସେବାୟତଙ୍କ ସହ ଆଲେଚାନା କରିଥିଲେ। ବିଶେଷକରି ବର୍ଷାଋତୁରେ ଯେପରି ମନ୍ଦିର ଗର୍ଭଗୃହରେ ଆଉ ପାଣିଝର ନପଡିବ ସେଥିପାଇଁ ସ୍ଥାୟୀ ମରାମତି କାର୍ଯ୍ୟ କରାଯିବା ସହିତ ମଣିବାବଙ୍କ ବିଗ୍ରହକୁ ଅକ୍ଷୁଣ୍ଣ ରଖିବା ପାଇଁ ଖୁବଶୀଘ୍ର ରୂପା ଛାଉଣୀ କରାଯିବ ବୋଲି କମିଶନର ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ତାହାସହ ମନ୍ଦିର ବେଢା ଚଟାଣ ସମେତ ନାଟମଣ୍ଡପ, ମୁକ୍ତି ମଣ୍ଡପ, ମନ୍ଦିର ୪ଦ୍ୱାର ଉନ୍ନତି କରଣ କରାଯିବ ବୋଲି ଆଲୋଚନାରେ ପ୍ରକାଶ ପାଇଥିଲା। ଏପରିକି ବାବା ଆଖଣ୍ଡଳମଣିଙ୍କ ପୀଠକୁ ନୂଆ ରୂପରେଖ ଦେବା ପାଇଁ ପ୍ରସ୍ତୁତ ହୋଇଥିବା ଡିଜାଇନ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା। ଏଥିପାଇଁ ମ୍ୟାନେଜିଂ ଟ୍ରଷ୍ଟିଙ୍କ ଦ୍ୱାରା ଏକ କମିଟ ଗଠନ କରାଯାଇ ସମସ୍ତ କାର୍ଯ୍ୟର ତଦାରଖ କରାଯିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ପରେ ସେବାୟତମାନେ ଚଳିତ ବର୍ଷ ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରାରେ ପ୍ରଶାସନ ପକ୍ଷରୁ ଲାଗିଥିବା କଟକଣା ସମ୍ବନ୍ଧରେ ଆଲୋଚନା କରିଥିଲେ। ରାଜ୍ୟର ଅନ୍ୟ ଶୈବକ୍ଷେତ୍ର ଭଳି କୋଭିଡ କଟକଣା ଅନୁଯାୟୀ ଯେପରି ଶ୍ରଦ୍ଦାଳୁଭକ୍ତମାନେ ମଣିବାବାଙ୍କ ଦର୍ଶନ କରିବେ ସେଥିପାଇଁ ଦାବି ରଖିଥିଲେ। ସେବାୟତମାନଙ୍କ ଠାରୁ ଏପରି ଦାବି ପାଇବା ପରେ ଜିଲା ପ୍ରଶାସନ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ଏହି ଆଲୋଚନାରେ ମନ୍ଦିରର ବହୁ ସେବାୟତ, ମନ୍ଦିର ପରିଚାଳକ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories