www.samajalive.in
Saturday, December 13, 2025
18.1 C
Bhubaneswar

ଜଳୁଛି ମୁଣ୍ଡେଶ୍ୱର, ଅରାଗଡ, ପୋଢହଳ, ପାରପିଟ ଜଙ୍ଗଲ

ହରଭଙ୍ଗା : ଚଳିତବର୍ଷ ଖରା ଆରମ୍ଭରୁ ଅଧିକାଂଶ ସଂରକ୍ଷିତ ଜଙ୍ଗଲରେ ନିଆଁ ବନ୍ୟଜନ୍ତୁ ଏବଂ ଜଙ୍ଗଲ ସମ୍ପଦ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ଏବଂ ପୁରୁଣାକଟକ ଫରେଷ୍ଟ ରେଞର ମୁଣ୍ଡେଶ୍ୱର,ପୋଢହଳ,ଅରାଗଡ,ପାରାପିଟ ଭଳି ୪ଟି ସଂରକ୍ଷିତ ଜଙ୍ଗଲରେ ନିଆଁ ସଂପ୍ରତି ବନବିଭାଗର ନିଦ ହଜେଇଦେଇଛି। ନିଆଁ ଲିଭା କାର୍ଯ୍ୟରେ ଦୁଇ ରେଞ୍ଜର ଶହେରୁ ଅଧିକ ବନକର୍ମଚାରୀ ନିୟୋଜିତ ହୋଇଥିବା ବେଳେ ୧୬ଟି ବ୍ଲୋୟର ମେସନି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି। ସ୍ଥିତି ଅନୁଧ୍ୟାନ ପାଇଁ ଶନିବାର ରାତିରେ ନିଜେ ବୌଦ୍ଧ ଡି.ଏଫ.ଓ ଯଶୋବନ୍ତ ସେଠୀ ପୁରୁଣାକଟକ ରେଞ୍ଜର ବିଭିନ୍ନ ନିଆଁଲଗିବା ସ୍ଥାନରେ ପଂହଚି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ। ସଂପ୍ରତି ୨ରୁ୩ଦିନହେଲା ଦୁଇ ରେଞ୍ଜର ୪ଟି ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବାରୁ ନିଆଁକୁ ଆୟତ କରିବା ପାଇଁ ବନକର୍ମଚାରୀମାନେ ଦିନରାତି  ଆପ୍ରାଣ ଚେଷ୍ଟା ଚଳାଇଛନ୍ତି। କେନ୍ଦୁପତ୍ର ଆଶାରେ ସ୍ଥାନୀୟ ଲୋକେ ନିଆଁ ଲଗାଇଦେଉଥିବା ବନ ବିଭାଗ ପକ୍ଷରୁ କୁହାଯାଉଛି। ଗ୍ରାଉଣ୍ଡ ଫାୟାରକୁ ଆୟତ କରିବା ପାଇଁ ନିଆଁଲାଗିବା ସ୍ଥଳରୁ ପାଖାପାଖି ୫ରୁ ୬ଫୁଟ ଦୂରତାରେ ପଡିଥିବା ଶୁଖିଲା ପତ୍ରକୁ ବ୍ଲୋୟର ମେସିନ ସାହାଯ୍ୟରେ ପାଖେଇ ଦିଆଯାଉଛି। ପର୍ବତ ଶିଖରରେ ଲାଗିଥିବା ନିଆଁକୁ ଆୟତ କରିବା ପାଇଁ ବନ ବିଭାଗ ଅଧିକ ଚ୍ୟାଲେଞର ସମ୍ମୁଖୀନ ହେଉଛି। ଏଥିପାଇଁ ବିଭିନ୍ ଗାଁରେ ଥିବା ବନ ସୁରକ୍ଷା ସମିତିଙ୍କ ସହଯୋଗ ନିଆଯାଉଥିବା ଡି.ଏଫ.ଓ କହିଛନ୍ତି। ଜଙ୍ଗଲରେ ନିଆଁ ନ ଲଗାଇବାକୁ ବନ ବିଭାଗ ପକ୍ଷରୁ ସଚେତନ କରାଯାଉଥିବାବେଳେ ବର୍ତମାନ ସୁଦ୍ଧା ନିଆଁରେ ବଡଗଛ, ବନ୍ୟଜନ୍ତୁଙ୍କ କ୍ଷତି ଘଟିନଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ବୌଦ୍ଧ ବନଖଣ୍ଡ ପକ୍ଷରୁ ୭୦ଜଣ ଫାୟାର ସ୍କାର୍ଡ, ଶହେଜଣ ଅନ୍ୟାନ୍ୟ ସ୍କାର୍ଡ ସହିତ ୧୭୦ଟି ବ୍ଲୋୟର ମେସିନ ସାଙ୍ଗକୁ ୧୫ରୁ ଅଧିକ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଜଣାପଡିଛି। ବର୍ତ୍ତମାନ ମାଧପୁର ଏବଂ ପୁରୁଣାକଟକ ଫରେଷ୍ଟ ରେଞ୍ଜର ୪ଟି ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ଭାବରେ ନିଆଁ ଲାଗିଥିବାରୁ ବୌଦ୍ଧ ବନଖଣ୍ଡ ହଳଦୀଆ ଜୋନରେ ରହିଛି। ଆସନ୍ତକାଲି ସୁଦ୍ଧା ଏହା ଗ୍ରୀନ ଜୋନକୁ ଚାଲିଆସିବ ବୋଲି ଡି.ଏଫ.ଓ ଆଶା ପ୍ରକଟ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories