www.samajalive.in
Saturday, December 13, 2025
27.1 C
Bhubaneswar

ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସହଯୋଗରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତଶରୀର ସ୍ଥାନାନ୍ତର; କେନ୍ଦୁଝର ପୈତୃକଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର : ତାମିଲନାଡୁ କୋଇମ୍ବାଟୁରକୁ ଜଣେ ଓଡ଼ିଆ ଶ୍ରମିକ ଦାଦନ ଖଟିବାକୁ ଯାଉଥିବା ବେଳେ ତାଙ୍କର ରେଳ ଜନିତ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ପାଇ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଉକ୍ତ ଶ୍ରମିକଙ୍କ ମୃତ ଶରୀରକୁ ତାଙ୍କର ପୈତୃକ ଗ୍ରାମକୁ ସ୍ଥାନାନ୍ତରଣ କରି ଶେଷକୃତ୍ୟ ସମ୍ପାଦନ କରିବା ଦିଗରେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଛି ।

ମିଳଥିବା ସୂଚନା ଅନୁଯାୟୀ ମୃତକ ଜଣକ ହେଲେ ଦେବାନନ୍ଦ ଦଣ୍ଡସେନା। ସେ କେନ୍ଦୁଝର ଜିଲ୍ଲା ବନାଯୋଡ଼ି ଗ୍ରାମର ବାସିନ୍ଦା। ନିଜର ଭରଣପୋଷଣ କରିବା ପାଇଁ ସେ ତାଲିମନାଡୁର କୋଇମ୍ବାଟୁରକୁ ଦାଦନ ଖଟିବା ପାଇଁ ଯାଉଥିଲେ। ଏହିସମୟରେ ରେଳ ଜନିତ ଦୁର୍ଘଟଣା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

- Advertisement -

ଏହି ସମ୍ବନ୍ଧୀୟ ଖବର ପାଇବାପରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ମୃତକଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, କେନ୍ଦୁଝର ଜିଲା ପ୍ରଶାସନ ତରଫରୁ ଯୋଗାଇ ଦିଆ ଯାଇଥିବା ଆର୍ଥିକ ସହାୟତା ଏବଂ ତାମିଲନାଡୁ ସରକାରଙ୍କ ମିଳିତ ସହଯୋଗରେ ଦେବାନନ୍ଦ ଦଣ୍ଡସେନାଙ୍କ ମୃତଶରୀରକୁ ଓଡ଼ିଶାକୁ ଅଣାଯାଇଥିଲା। ଗତକାଲି ତାଙ୍କର ମୃତଶରୀର କେନ୍ଦୁଝର ସ୍ଥିତ ତାଙ୍କର ପୈତୃକ ଗ୍ରାମକୁ ସ୍ଥାନାନ୍ତରଣ କରାଯିବା ପରେ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ କରାଯାଇଛି।

ଏହିଭଳି ବିପଦ ସମୟରେ ମିଳିଥିବା ସମସ୍ତ ସାହାଯ୍ୟ ଓ ସହଯୋଗ ପାଇଁ ମୃତକଙ୍କ ପରିବାର ଓଡିଶା ପରିବାର ନିର୍ଦ୍ଦେଶାଳୟ ଓ କେନ୍ଦୁଝର ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories