www.samajalive.in
Thursday, December 11, 2025
18.1 C
Bhubaneswar

‘ଦି ନିୟୁ ଇଣ୍ଡିଆ ଆସୁରାନ୍ସ’ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ଫୁଲନଖରା : ଦି ନିୟୁ ଇଣ୍ଡିଆ ଆସୁରାନ୍ସ କମ୍ପାନୀ ପକ୍ଷରୁ ଫୁଲନଖରା ନିକଟ ଲାଲବାହାଦୂର ସରକାରୀ ବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି।କମ୍ପାନୀର ଓଡ଼ିଶା ଡ଼େପୁଟି ଜେନେରାଲ ମ୍ୟାନେଜର ସଦାନନ୍ଦ ମହାନ୍ତି,ଭୁବନେଶ୍ୱର ମଣ୍ଡଳ,ରିଜିଓନାଲ ମ୍ୟାନେଜର ଦିଲ୍ଲିପ କୁମାର ପାତ୍ର, ମ୍ୟାନେଜର କୃଷ୍ଣଚନ୍ଦ୍ର ବେହେରା, ଭିଜିଲାନ୍ସ ମ୍ୟାନେଜର ଅଧିକାରୀ ନାୟକ,ମ୍ୟାନେଜର ଜ୍ଞାନେନ୍ଦ୍ର ମହାନ୍ତି, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ଦାଶ ଯୋଗ ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନାଗରିକଙ୍କ ପାଇଁ ସାଧୁୁତାର ଶପଥପାଠ କରାଇଥିଲେ।

ତଳସ୍ଥଳରୁ କିପରି ଦୁିର୍ନୀତିକୁ ରୋକା ଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ଦୁର୍ନୀତି ନିବାରଣ ବିଷୟରେ ଏକ ପ୍ରତିଯୋଗୀତାର କୃତି ଛାତ୍ରୀମାନଙ୍କୁ କମ୍ପାନୀ ପକ୍ଷରୁ ପୁରସ୍କାର ଦିଆଯାଇଥିଲେ। ଭୁବନେଶ୍ୱର ଡ଼ିଏଭି ବ୍ରାଞ୍ଚ ମ୍ୟାନେଜର ଲୋକନାଥ ରାଉତ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ସଂଯୋଜକ ଗଜେନ୍ଦ୍ର ଶାଶ୍ୱତ ରାୟ ଓ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories