www.samajalive.in
Saturday, December 6, 2025
15.1 C
Bhubaneswar

ଜମ୍ମୁରେ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧୀକରଣ ଖଣ୍ଡପୀଠ ଉଦଘାଟିତ

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ର କାର୍ମିକ ଓ ସାଧାରଣ ଅଭିଯୋଗ ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧୀକରଣ – କ୍ୟାଟର ଅଷ୍ଟାଦଶ ଖଣ୍ଡପୀଠ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଓ ଲଦାଖ ପାଇଁ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, କ୍ୟାଟର ଖଣ୍ଡପୀଠ ଜମ୍ମୁ ଓ କଶ୍ମୀରରେ ଥିବା ସରକାରୀ କର୍ମଚାରୀଙ୍କ ମାମଲାଗୁଡିକର ବିଚାର କରିବ। ଏଥିପାଇଁ ଅନ୍ୟାନ୍ୟ ଅଦାଲତରେ ଚାକିରି ସଂକ୍ରାନ୍ତ ମାମଲା ହ୍ରାସ ପାଇବା ସହ ପ୍ରଶାସନିକ ନ୍ୟାୟାଧୀକରଣ ତ୍ଵରିତ ନ୍ୟାୟ ପ୍ରଦାନ କରିପାରିବ।

ସେ ଆହୁରି କହିଛନ୍ତି ଯେ, ମୋଦୀ ସରକାର ସ୍ଵଚ୍ଛତା ଏବଂ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଙ୍ଗୀକାରବଦ୍ଧ। ଗତ ୬ ବର୍ଷ ମଧ୍ୟରେ ମୋଦୀ ସରକାର ନେଉଥିବା ଲୋକାଭିମୁଖୀ ସଂସ୍କାର ଯୋଗୁଁ ସମଗ୍ର ଦେଶ ସମେତ ଜମ୍ମୁ କଶ୍ମୀର ଓ ଲଦାଖର ଲୋକମାନେ ଉପକୃତ ହୋଇଛନ୍ତି। ଧାରା ୩୭୦ ଓ ୩୫(ଏ)ର ଉଚ୍ଛେଦ ପରେ ଜମ୍ମୁ କଶ୍ମୀରବାସୀଙ୍କ ପାଇଁ ୮୦୦ କେନ୍ଦ୍ରୀୟ ଆଇନ ଲାଗୁ ହେବା ସହ ଜମ୍ମୁ କଶ୍ମୀର ଓ ଲଦାଖବାସୀ ଦେଶର ଅନ୍ୟ ରାଜ୍ୟଗୁଡିକ ଭଳି ସମାନ ଅଧିକାର ପାଇପାରିଛନ୍ତି। ପ୍ରାୟ ୩୦ ହଜାର ବିଚାରଧିନ ମାମଲାର ବିଚାର ଶୀଘ୍ର ହୋଇପାରିବ ବୋଲି ଡଃ ସିଂ ଆଶାବ୍ୟକ୍ତ କରିଛନ୍ତି ।

- Advertisement -

ଡଃ ସିଂ କହିଛନ୍ତି ଯେ, ଡିଓପିଟି – କ୍ୟାଟ, ସିଆଇସି ଏବଂ ସିଭିସି ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଜମ୍ମୁ କଶ୍ମୀର ଓ ଲଦାଖରେ କାର୍ଯ୍ୟ କରୁଛି। ଗତ ମେ’ ମାସ ୨୮ ତାରିଖରେ ଏକ ବିଜ୍ଞପ୍ତି ଜରିଆରେ କେନ୍ଦ୍ର ସରକାର ପ୍ରଶାସନିକ ନ୍ୟାୟାଧୀକରଣ ଜମ୍ମୁ ଏବଂ ଶ୍ରୀନଗରରେ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିଲେ। ସେହିପରି କେନ୍ଦ୍ରୀୟ ସୂଚନା ଆୟୋଗ ମଧ୍ୟ ଜମ୍ମୁ କଶ୍ମୀର ଓ ଲଦାଖ ଲୋକଙ୍କ ଆରଟିଆଇ ଆବେଦନର ଶୁଣାଣି ଗତ ମାସ ୧୫ ତାରିଖଠାରୁ ଆରମ୍ଭ କରିଛନ୍ତି। କେନ୍ଦ୍ରୀୟ ସତର୍କତା ଆୟୁକ୍ତ ସଞ୍ଜୟ କୋଠାରୀ ଆୟୋଗଙ୍କ କାର୍ୟ୍ୟ ପରିସର ଦୁର୍ନୀତି ନିବାରଣ ଆଇନ ଅନୁସାରେ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳକୁ ଲାଗୁ ହୋଇଛି ବୋଲି କହିଥିବା ଡଃ ସିଂ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories