www.samajalive.in
Sunday, December 14, 2025
14.1 C
Bhubaneswar

ଅନୁଗୁଳ ଆଲୁମିନିୟମ ପାର୍କର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ ସରକାରର ବରିଷ୍ଠ ଅଧିକାରୀ, ଇଡକୋ ସିଏମଡି, ଇପିକଲ ପ୍ରତିନିଧି ମଣ୍ଡଳି ଓ ନାଲକୋ ସିଏମଡିଙ୍କ ସହ ଅନୁଗୁଳ ଆଲୁମିନିୟମ ପାର୍କର କାର୍ଯ୍ୟକୁ ଆଗେଇ ନେବା ଏବଂ ପ୍ରକଳ୍ପ କାମ ଶୀଘ୍ର ଶେଷ କରିବା ନେଇ ଅଲୋଚନା କରିଛନ୍ତି।

- Advertisement -

ଏହି ଅବସରରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଓଡିଶାର ବିକାଶ ଏବଂ ଜନକଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ଅନୁଗୁଳ ସ୍ଥିତ ଆଲୁମିନିୟମ ପାର୍କ ଆଲୁମିନିୟମ ଆଧାରିତ ଡାଉନଷ୍ଟ୍ରିମ୍‍ ଶିଳ୍ପକୁ ପ୍ରୋତ୍ସାହନ ପ୍ରଦାନ କରିବ ଏବଂ ରାଜ୍ୟରେ ପୁଞ୍ଜିନିବେଶ, ନିଯୁକ୍ତି ସୁଯୋଗ ଏବଂ ଉଦ୍ୟୋଗକୁ ମଧ୍ୟ ବୃଦ୍ଧି ହେବାରେ ସହାୟକ ହେବ। ସେହିପରି ଏହି ପ୍ରକଳ୍ପ ଆଲୁମିନିୟମ କ୍ଲଷ୍ଟର ତିଆରି କରିବାରେ ସାହାଯ୍ୟ କରିବା ସହ ରାଜ୍ୟରେ ନିଯୁକ୍ତି ମଧ୍ୟ ପ୍ରଦାନ କରିବ। ରାଜ୍ୟରେ ଖଣିଜ କ୍ଷେତ୍ରକୁ ବିକାଶ କରିବା ସହ ଓଡିଶାର ଅର୍ଥନୀତିକୁ ମଜବୁତ କରିବ। ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଏହି ପ୍ରକଳ୍ପର ଯୋଗଦାନ ରହିବ ବୋଲି ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍‍ କରିଛନ୍ତିା

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories