www.samajalive.in
Saturday, December 6, 2025
15.1 C
Bhubaneswar

ଝାରସୁଗୁଡାରେ ଓପିଏମ୍‍ୱାଇଏମ୍‍ର ୧୦୦ଟି ଅକ୍ସିଜେନ୍‍ ସିଲିଣ୍ଡରର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

-ଓଡ଼ିଶାରେ ଡ଼ାକ୍ତର ଏବଂ ଭେଂଟିଲେଟର ଚଲାଇବା ପାଇଁ ଟେକ୍ନିସିଆନଙ୍କ ଅଭାବ ରହିଛି

-ସ୍ୱାସ୍ଥ୍ୟ ଭିତିଭୂମିକୁ ବଢ଼ାଇବା ପାଇଁ ସମାଜର ସହଯୋଗ ଆବଶ୍ୟକ

- Advertisement -

-କୋଭିଡ୍‍ ସମୟରେ ‘ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଞ୍ଚ’ର କାର୍ଯ୍ୟକର୍ତାଙ୍କ କାମ ପ୍ରଶଂସନୀୟ

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଶାରେ କୋଭିଡ୍‍ ବେଡ୍‍ ଏବଂ ଆନୁଷଙ୍ଗିକ ଭିତିଭୂମି ବୃଦ୍ଧି କରାଯାଉଥିବା ବେଳେ ଡ଼ାକ୍ତର ଏବଂ ଭେଂଟିଲେଟର ଚଲାଇବା ପାଇଁ ଟେକ୍ନିସିଆନଙ୍କ ଅଭାବ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମି ସୁଦୃଢ କରିବା ସହ ଅଧିକ ମେଡିକାଲ୍‍ କଲେଜ ଖୋଲିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

‘ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଞ୍ଚ’ (ଓପିଏମୱାଇଏମ) ପକ୍ଷରୁ ଅନଲାଇନ ପ୍ଲାଟଫର୍ମରେ ଆୟୋଜିତ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାରେ ୧୦୦ଟି ଅକ୍ସିଜେନ୍‍ ସିଲିଣ୍ଡରର ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଯେ ଭାରତରେ ଜଣେ ଡାକ୍ତର ହାରାହାରି ୧୪୦୪ ଜଣଙ୍କୁ ଚିକିତ୍ସା କରୁଥିବା ବେଳେ ଓଡ଼ିଶାରେ ଜଣେ ଡାକ୍ତର ହାରାହାରି ୨୧୮୭ ଜଣଙ୍କୁ ଚିକିତ୍ସା କରୁଥିବା ତଥ୍ୟରୁ ଜଣାପଡ଼ିଛି। ସେହିପରି ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ପାଇଁ ୧୩୯ଟି ବେଡ୍‍ର ବ୍ୟବସ୍ଥା ଥିବାବେଳେ ଓଡ଼ିଶାରେ ହାରାହାରି ପ୍ରତି ଲକ୍ଷେ ଲୋକଙ୍କ ପାଇଁ ମାତ୍ର ୫୯ଟି ବେଡ୍‍ ରହିଛି। ତେଣୁ ଓଡ଼ିଶାରେ ଥିବା ପୁରୁଣା ମେଡିକାଲ କଲେଜରେ ସିଟ୍‍ ସଂଖ୍ୟାକୁ ବୃଦ୍ଧି କରାଯିବା ସହ ନୂଆ ମେଡିକାଲ କଲେଜ୍‍ ସ୍ଥାପନା ହେବା ଦରକାର। ନର୍ସିଂ, ପାରାମେଡିକାଲ କର୍ମଚାରୀ ତଥା ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବଢ଼ାଇବାକୁ ହେବ। ଭେଂଟିଲେଟର ଟେକ୍ନିସିଆନ୍‍ ବଢ଼ାଇବାକୁ ହେବ। ଏହାର ସମାଧାନ ପାଇଁ କେବଳ ସରକାର ନୁହେଁ ସମାଜ ମଧ୍ୟ ଚିନ୍ତା କରିବା ଦରକାର। ଏଭଳି ଏକ ଜାଗୃତ ଭାବ ସମସ୍ତଙ୍କ ମନରେ ଆସିବା ଦରକାର।

କେନ୍ଦ୍ରମନ୍ତ୍ରୀ କହିଛନ୍ତି କରୋନା ମହାମାରୀ ଦ୍ୱାରା ଝାରସୁଗୁଡ଼ା ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହୋଇଥିବା ବେଳେ ଶୁଭାରମ୍ଭ ହୋଇଥିବା ଅକ୍ସିଜେନ୍‍ ସିଲିଣ୍ଡରର ବ୍ୟବସ୍ଥା ଓଡ଼ିଶା ପ୍ରାନ୍ତୀୟ ମାରୁୱାଡ଼ି ଯୁବ ମଞ୍ଚର କାର୍ଯ୍ୟକର୍ତାଙ୍କ ଜରିଆରେ ଅନେକ କୋଭିଡ୍‍ ରୋଗୀଙ୍କ ପାଖରେ ପହଁଚିବା ସହ ସେମାନଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ।

କୋଭିଡ୍‍-୧୯ ମୁକାବିଲାରେ ପଶ୍ଚିମ ଓଡ଼ିଶା ତଥା ଝାରସୁଗୁଡ଼ା ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମିକୁ ବଢ଼ାଇବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ସହଯୋଗୀ ହୋଇଥିବା ବେଳେ ଏଥିରେ ସମାଜର ସହଯୋଗୀ ହେବାର ଆବଶ୍ୟକତା ନିହାତି ଆବଶ୍ୟକ। ତେବେ ଯାଇ କରୋନାକୁ ପରାଜୟ କରିହେବ। ‘ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଞ୍ଚ’ କୋଭିଡ୍‍ ସଂକ୍ରମିତଙ୍କ ସମେତ ଅସହାୟଙ୍କୁ ଖାଦ୍ୟ ବାଣ୍ଟିବା, ପ୍ଲାଜମା ଦାନ, ଆମ୍ବୁଲାନ୍ସ ଏବଂ ଅକ୍ସିଜେନ୍‍ ସିଲିଣ୍ଡର ବ୍ୟବସ୍ଥା ସହ ମଞ୍ଚର ଯୁବ କାର୍ଯ୍ୟକର୍ତା ମାନେ ଦିନରାତି କାମ କରିବା ପ୍ରଶଂସନୀୟ। ଆଜିର ବ୍ୟବସ୍ଥା ପାଇଁ ‘ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମୋର୍ଚ୍ଚାର ସବୁ କାର୍ଯ୍ୟକର୍ତାଙ୍କୁ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି। ‘ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଞ୍ଚ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରି, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଅଖିଳ ଭାରତୀୟ ମାରୱାଡ଼ି ଯୁବ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ କପିଲ ଲୋଖୋଟିଆ, ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ସଂଘର ପ୍ରାନ୍ତୀୟ ଅଧ୍ୟକ୍ଷ ନରେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories