କେନ୍ଦ୍ର ଗୃହ ସଚିବଙ୍କ ସମୀକ୍ଷା: ହିଲ ଷ୍ଟେସନ ଓ ପର୍ଯ୍ୟଟନସ୍ଥଳୀରେ କୋଭିଡ ସଂକ୍ରମଣ ଚିନ୍ତା

ନୂଆଦିଲ୍ଲୀ: ଆଜି ୮ଟି ରାଜ୍ୟ ସହ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ୮ ରାଜ୍ୟର ମୁଖ୍ୟଶାସନ ସଚିବ, ଡିଜିପି ଓ ସ୍ବାସ୍ଥ୍ୟ ସଚିବଙ୍କ ସହ ସମୀକ୍ଷା, ମାସ୍କ ସାମାଜିକ ଦୂରତା ଓ ଅନ୍ୟ ସତର୍କତା କଡ଼ାକଡ଼ି କରିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି। ବୈଠକରେ ଗୋଆ, ହିମାଚଳ ପ୍ରଦେଶ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ପର୍ଯ୍ୟଟନସ୍ଥଳୀରେ କୋଭିଡ ସଂକ୍ରମଣ ନେଇ ଚିନ୍ତା ପ୍ରକଟ କରାଯାଇଛି।

 

ଦେଶରେ କରୋନା କଟକଣା କୋହଳ ହେବା ପରେ ହିଲଷ୍ଟେସନ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଦ୍ବିତୀୟ ପର୍ଯ୍ୟାୟ ଯିବା ପୂର୍ବରୁ ତୃତୀୟ ଲହରର ଆଶଙ୍କା ରହିଛି। ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ତୃତୀୟ ଲହର ପାଇଁ ବିପଦ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି। ତେଣୁ ଏଥିପ୍ରତି ସତର୍କ ରହିବାକୁ କେନ୍ଦ୍ର ଗୃହ ସଚିବ ରାଜ୍ୟ ସରକାରଗୁଡ଼ିକ ପରାମର୍ଶ ଦେଇଛନ୍ତି। ବୈଠକରେ ନୀତି ଆୟୋଗ ସଦସ୍ୟ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଓ ଆଇସିଏମ୍‌ଆର ଡିଜି ଉପସ୍ଥିତ ଥିଲେ।

Comments are closed.