www.samajalive.in
Sunday, December 7, 2025
14.1 C
Bhubaneswar

ବଜେଟ୍ ୨୦୨୫-୨୬; ଡାଲି, ଖାଇବା ତେଲରେ ଆତ୍ମନିର୍ଭରଶୀଳ ହେବ ଭାରତ

ନୂଆଦିଲ୍ଲୀ : ସଂସଦରେ ଶନିବାର ଦେଶର ସାଧାରଣ ବଜେଟ୍ ଉପସ୍ଥାପିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ଲୋକସଭାରେ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି।
ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି, ଦେଶକୁ ଡାଲି ଏବଂ ଖାଇବା ତେଲରେ ଆତ୍ମନିର୍ଭରଶୀଳ କରିବା ପାଇଁ। ଏଥିପାଇଁ ହରଡ, ବିରି ଏବଂ ମସୁର ଡାଲି ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାରେ ବିଦ୍ୟମାନ ଯୋଜନାଗୁଡ଼ିକର ସମନ୍ୱୟ ମାଧ୍ୟମରେ, ଏହି କାର୍ଯ୍ୟକ୍ରମରେ କମ୍ ଉତ୍ପାଦକତା, ମଧ୍ୟମ ଫସଲ ତୀବ୍ରତା ଏବଂ ହାରାହାରିଠାରୁ କମ୍ ଋଣ ମାନଦଣ୍ଡ ଥିବା ୧୦୦ ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯିବ। ଏହାସହିତ କୃଷି କାର୍ଯ୍ୟକ୍ରମ ୧.୭ କୋଟି ଚାଷୀଙ୍କୁ ସାହାଯ୍ୟ କରିବ। କୃଷି ଯୋଜନାରେ କମ୍ ଉତ୍ପାଦକତା ଥିବା ଜିଲା ଉପରେ ଅଧିକ ଫୋକସ୍ ରହିବ।

ଜାତୀୟ ଖାଦ୍ୟ ତୈଳ ଏବଂ ବିହନ ମିଶନ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆଣିବାକୁ ଲକ୍ଷ୍ୟ ରଖିଛି

- Advertisement -

ଡାଲି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ପାଇଁ ଏକ ୬ ବର୍ଷର ମିଶନ ଆରମ୍ଭ ହେବ

କେନ୍ଦ୍ରୀୟ ଏଜେନ୍ସି ଗୁଡିକ ଆଗାମୀ ୪ ବର୍ଷ ମଧ୍ୟରେ ହରଡ, ବିରି ଓ ମସୁର ଡାଲି କିଣିବେ

ପ୍ରକିୟାକରଣ ଏବଂ ମୂଲ୍ୟ ବୃଦ୍ଧିରେ ଉନ୍ନତି ଆଣିବା ପାଇଁ ବିହାରରେ ମଖାନା ବୋର୍ଡ ଗଠନ କରାଯିବ

କୃଷି ଉତ୍ପାଦକତା ବୃଦ୍ଧି

ଫସଲ ବିବିଧତା ଏବଂ ସ୍ଥାୟୀ କୃଷି ପ୍ରଣାଳୀ ଗ୍ରହଣ କରନ୍ତୁ

ଅମଳ ପରବର୍ତ୍ତୀ ସଂରକ୍ଷଣ ବୃଦ୍ଧି

ଜଳସେଚନ ସୁବିଧାରେ ଉନ୍ନତି ଆଣିବା

ଦୀର୍ଘମିଆଦୀ ଓ ସ୍ୱଳ୍ପମିଆଦୀ ଋଣ ସୁବିଧା ଏହି କାର୍ଯ୍ୟକ୍ରମ ୧.୭ କୋଟି କୃଷକଙ୍କୁ ସାହାଯ୍ୟ କରିବ

ଫେବୃଆରୀରେ ଅତ୍ୟନ୍ତ ଦୁର୍ଲ୍ଲଭ ତ୍ରିଗ୍ରହୀ ଯୋଗ; ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବେ ଶନିଦେବ, ସବୁ ଚିନ୍ତା ଦୂର ସହ ହେବେ ମାଲାମାଲ୍‌..

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories