ଡେସ୍କ: ବାଂଲାଦେଶର ସୁନାମଗଞ୍ଜ ଜିଲ୍ଲାରେ ହଜାର ହଜାର ଲୋକ ଜଳାଶୟ ବା ‘ବିଲ’ରୁ ପ୍ରାୟ ୪ କୋଟି ଟାକା ମୂଲ୍ୟର ମାଛ ଲୁଟି ନେଇଛନ୍ତି। ଗତ ଶୁକ୍ରବାର ୫୦୦ରୁ ୭୦୦ ଲୋକ କାମନ-କଚମା ବିଲରୁ ବଳପୂର୍ବକ ମାଛ ନେବା ପରେ ଏହି ଲୁଟ୍ ଆରମ୍ଭ ହୋଇଥିଲା। ପରଦିନ ୮ରୁ ୧୦ ହଜାର ଲୋକ ଗାଡ଼ିରେ ଆସି ଲୁଟ୍ ଜାରି ରଖିଥିଲେ। ସ୍ଥାନୀୟ ଲିଜ୍ ଧାରୀମାନେ ଦାବି କରିଛନ୍ତି ଯେ ଅତି କମରେ ୮ଟି ବିଲରୁ ମାଛ ଚୋରି ହୋଇଛି। ବିଲ ଲିଜକୁ ନେଇ ବିବାଦ ଏବଂ ଆଇନ ଶୃଙ୍ଖଳା ଯୋଗୁଁ ପୁଲିସ ଉପସ୍ଥିତି ସତ୍ତ୍ୱେ ଏହି ସାମୂହିକ ଚୋରି ଘଟିଥିଲା। ପୁଲିସ ଘଟଣାର ତଦନ୍ତ ଚଳାଇଛି।
Popular Categories



