www.samajalive.in
Monday, December 8, 2025
17.1 C
Bhubaneswar

ବୋହୁ ହତ୍ୟାକାରୀ ଶାଶୁକୁ ଆଜୀବନ କାରାଦଣ୍ଡାଦେଶ

କେନ୍ଦୁଝରଗଡ: ବୋହୁକୁ କିରୋସିନ ଢ଼ାଳି ନିଆଁ ଲଗାଇ ହତ୍ୟା କରାଯିବା ଅଭିଯୋଗରେ କେନ୍ଦୁଝର ଅତିରିକ୍ତ ଜିଲାଜଜ୍‍ ଅଭିଯୁକ୍ତ ଶାଶୁକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସଦର ଥାନା କାଡବାଉଁଶୁଳୀ ଗ୍ରାମର ସାଈବାଣୀ ବାରିକଙ୍କ ପୁଅ ସୁରଥକୁ ବାମେବାରୀ ଥାନା ଅଧୀନ ବସନ୍ତପୁର ଗ୍ରାମର ଯୋଗେନ୍ଦ୍ର ମହାକୁଡଙ୍କ ଝିଅ ସୁଶ୍ମିତା ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରଠାରୁ ସୁଶ୍ମିତାକୁ ଶାଶୁ ସାଇବାଣୀ ନିର୍ଯାତନା ଦେଇ ଆସିବା ସହ କିରୋସିନି ଢ଼ାଳି ପୋଡି ହତ୍ୟା ଉଦ୍ୟମ ସମୟରେ ଗାଁ ଲୋକେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସୁଶ୍ମିତାଙ୍କ ମୃତ୍ୟୁ ଘଟିଥିଲା। ଶାଶୁ ଘର ଲୋକେ କେହି ସୁଶ୍ମିତାଙ୍କ ଚିକିତ୍ସା ସମୟରେ ଉପସ୍ଥିତ ନ ଥିଲେ। ଏ ସମ୍ପର୍କରେ ସୁଶ୍ମିତାଙ୍କ ବାପା ୮ ଫେବୃୟାରୀ ୨୦୨୧ରେ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ସାଇବାଣୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୨୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲାଜଜ୍‍ କେନ୍ଦୁଝର ବୁଧବାର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ଆଦେଶ କରିଛନ୍ତି। ମୃତକଙ୍କ ପକ୍ଷରୁ ଅତିରିକ୍ତ ପି.ପି. ପ୍ରଫୁଲ୍ଲ କୁମାର ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories