ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଆରପି(ସରକାରୀ ରେଲଓ୍ବେ ପୁଲିସ) ଦ୍ୱାରା ସ୍ଥାନୀୟ ଶାସନରୁ ସରଲା ଷ୍ଟେସନ ମଧ୍ୟରେ ରେଳ ଧାରଣା ଉପରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜିଆରପି ସୂଚନାନୁଯାୟୀ, ଗତ ରାତ୍ରିରେ ଏକ ଟ୍ରେନ ଧକ୍କାରେ ଶାସନରୁ ସରଲା ଷ୍ଟେସନ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଥିଲା । ଏଣୁ ଜିଆରପି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲାକୁ ନେବା ପରେ ଭିମସାରସ୍ଥିତ ଶବ ଗୃହରେ ସଂରକ୍ଷିତ ରଖାଯାଇଛି । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ମୃତକଙ୍କ ପରିଚୟ ଜିଆରପି ଖୋଜୁଛି।

Comments are closed.