BJD Bijuli 480×75 Mob

ଆନନ୍ଦପୁରରେ ୟୁନିସେଫ ଓଡିଶା ରାଜ୍ୟ ମୁଖ୍ୟ : ସ୍କୁଲ ଓ ଅଙ୍ଗନୱାଡିରେ ଖାଦ୍ୟର ମାନ ଯାଞ୍ଚ

BJD Bijuli 480×75 Mob

ଆନନ୍ଦପୁର : ୟୁନିସେଫ ଓଡିଶା ରାଜ୍ୟ ମୁଖ୍ୟ ମୋନା ଶର୍ମା ଶୁକ୍ରବାର ଆନନ୍ଦପୁରର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟ ଗୁଡିକରେ ଚାଲିଥିବା ଏମଡ଼ିଏମ ଖାଦ୍ୟର ମାନ ଯାଞ୍ଚ କରି ଫେରିଥିବା ଜଣାପଡିଛି । ୟୁନିସେଫ ମୁଖ୍ୟ ଆନନ୍ଦପୁର ପହଞ୍ଚିବା ପରେ ଆନନ୍ଦପୁର ସିଡ଼ିପିଓ ତପସ୍ୱିନୀ ବିସେନ ତାଙ୍କୁ ସ୍ୱାଗତ କରିବା ସହ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ବୁଲାଇ ଦେଖାଇଥିଲେ। ପରେ ମଧ୍ୟାହ୍ନରେ ଆନନ୍ଦପୁର ବିଇଓ ଅଜିତ କୁମାର ବାରିକ, ଏବିଇଓ ଅତୁଲ କୁମାର ବଳ, ସିଆରସିସି ସନ୍ତୋଷ କୁମାର ଜେନା ଜନାର୍ଦନପୁର ୟୁପି ସ୍କୁଲ ପରିଦର୍ଶନରେ ଯାଇଥିଲେ। ସେଠାରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଷ୍ଟକ ରୁମ, ରୋଷେଇ ଘର, ପୁଷ୍ଟି ଯୁକ୍ତ ଚାଉଳ ରାନ୍ଧିବା ପ୍ରକ୍ରିୟା ଯାଞ୍ଚ କରିବା ପରେ ପୁସ୍ତିଯୁକ୍ତ ଚାଉଳ ଚିହ୍ନିବା ପାଇଁ ତାଲିମ ପ୍ରଦାନ କରିଥିଲେ।

Comments are closed.