www.samajalive.in
Sunday, December 14, 2025
14.1 C
Bhubaneswar

ଆସନ୍ତା ୩୦ରେ ଭାରତ ଅଧ୍ୟକ୍ଷତାରେ ଏସ୍‍.ସି.ଓ. ବୈଠକ, ଅର୍ଥନୈତିକ ସହଯୋଗ ମୁଖ୍ୟ ପ୍ରସଙ୍ଗ

ଏସସିଓ ମହାସଚିବ ଭ୍ଲାଦିମିର୍‍ ନୋରୋବ୍‍ କହିଛନ୍ତି, ଆଗାମୀ ଏସ୍‍.ସି.ଓ. ପରିଷଦ ରାଷ୍ଟ୍ରମୁଖ୍ୟ ବୈଠକରେ ଅର୍ଥନୈତିକ ସହଯୋଗ ମୁଖ୍ୟ ପ୍ରସଙ୍ଗ ରହିବ। ଆସନ୍ତା ୩୦ ତାରିଖରେ ଭାରତ ଅଧ୍ୟକ୍ଷତାରେ ଏସସିଓ ପରିଷଦ ରାଷ୍ଟ୍ରମୁଖ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ। ବେଜିଂରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ପ୍ରତି ଶେଷ ହୋଇଥିବା ଏସସିଓ ଶିଖର ବୈଠକର ଫଳାଫଳ ବିଷୟରେ ବିବରଣୀ ପ୍ରଦାନ କରି ସେ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟ ଉଲ୍ଲେଖ କରି ସେ କହିଛନ୍ତି, ଆନ୍ତର୍ଜାତିକ ଅର୍ଥନୈତିକ ସହଯୋଗ ଓ ଜାତୀୟ ଦକ୍ଷତା ବୃଦ୍ଧି ମାଧ୍ୟମରେ ଏସସିଓ ସଦସ୍ୟ ରାଷ୍ଟ୍ରମାନେ କୋବିଡ୍‍ ଯୋଗୁଁ ଘଟିଥିବା ଅର୍ଥନୈତିକ କ୍ଷତିର ଭରଣା କରିପାରିବେ। ସେ କହିଛନ୍ତି, ଏସସିଓ କୋଭିଡ୍‍ ପରବର୍ତ୍ତୀ ପରିସ୍ଥିତିରେ ଅର୍ଥନୀତିର ପୁନରୁଦ୍ଧାର ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଉଛି। ସେ କହିଛନ୍ତି, କୋଭିଡ୍‍ ନାଇଣ୍ଟିନ୍‍ ସମୟରେ ସହଯୋଗ ବୃଦ୍ଧି ପାଇଁ ଏସସିଓ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଡବ୍ଲ୍ୟୁଏଚଓକୁ ଶକ୍ତିଶାଳୀ କରିବାରେ ଆନ୍ତର୍ଜାତିକ ସମ୍ପ୍ରଦାୟର ଉଦ୍ୟମ ପ୍ରତି ସେ ଗୁରୁତ୍ୱ ଆରୋପ କରିଛନ୍ତି।

- Advertisement -

ସେ କହିଛନ୍ତି, ଏସସିଓ ଆନ୍ତର୍ଜାତିକ ଓ ଆଞ୍ଚଳିକ ବିବାଦଗୁଡ଼ିକର ସମାଧାନ ଦିଗରେ ଏହାର ଉଦ୍ୟମ ଜାରି ରଖିବ। ଏଥିପାଇଁ ରାଜନୈତିକ ଓ କୂଟନୈତିକ ମାଧ୍ୟମର ବ୍ୟବହାର କରାଯିବ ଓ ସମାନତା, ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା ପ୍ରତି ସମ୍ମାନ ପ୍ରଦର୍ଶନ ଏବଂ ଅଯଥା ହସ୍ତକ୍ଷେପକୁ ଏଡ଼ାଯିବା ଭଳି ବିଷୟଗୁଡ଼ିକ ପ୍ରତି ଧ୍ୟାନ ରଖାଯିବ। ୨୦୦୧ ମସିହାରେ ଏସସିଓର ଗଠନ ହୋଇଥିଲା। ସେବେଠାରୁ ଏହା ଏକ ରାଜନୈତିକ, ଅର୍ଥନୈତିକ ଓ ନିରାପତ୍ତା ମଞ୍ଚ ଭାବେ ନିଜକୁ ପ୍ରତିପାଦିତ କରିଆସିଛି।
ଭାରତ, ଚୀନ୍‍, ରୁଷ୍‍, କାଜାଖ୍‍ସ୍ତାନ, କିରଗୀଜ୍‍ସ୍ତାନ, ତାଜିଗ୍‍ସ୍ତାନ, ଉଜ୍‍ବେକିସ୍ତାନ ଓ ପାକିସ୍ତାନ ଏସ୍‍.ସି.ଓ.ର ସଦସ୍ୟ ଅଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories