www.samajalive.in
Saturday, December 6, 2025
16.1 C
Bhubaneswar

ଅଜବ ଘଟଣା ; ୨୫ ବର୍ଷୀୟ ମହିଳା ଏକା ସହ ଜନ୍ମ ଦେଲେ ୯ ସନ୍ତାନ , ୭ଟି ଥିଲା ଅନୁମାନ

ମାଲୀ : ବହୁ ସମୟରେ ଏଭଳି କିଛି ଘଟଣା ଲୋକେଲୋଚନକୁ ଆସେ , ଯାହା ସଭିଁଙ୍କୁ ବେଶ ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ। ଏଭଳି ହିଁ ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଆପଣ ଜାଁଳା ଶିଶୁ ଜନ୍ମ ନେଇଥିବା କଥା ତ ଶୁଣିଥିବେ, ୪ଟି ଶିଶୁ ଜନ୍ମ ନେବା ମଧ୍ୟ କଦବା ଶୁଣି ଥିବେ ମାତ୍ର ଏକାସହ ଜଣେ ମହିଳା ୯ ଶିଶୁ ଜନ୍ମ ଦେଇଛନ୍ତି। କଥାଟା କାନକୁ ମିଛ ଲାଗିଲେ ମଧ୍ୟ ସତ। ପଶ୍ଚିମ ଆଫ୍ରିକାର ମାଲୀରେ ଜଣେ ମହିଳା ମରୋକ୍କୋରେ ମଙ୍ଗଳବାର ଦିନ ୯ଟି ସନ୍ତାନକୁ ଜନ୍ମ ଦେଇଥିବା ବେଳେ ନବଜାତମାନେ ବର୍ତ୍ତମାନ ସୁସ୍ଥ ଅଛନ୍ତି।
ସୂଚନା ଯୋଗ୍ୟ, ମାଲୀ ସରକାର ଜଣେ ୨୫ ବର୍ଷୀୟ ମହିଳାଙ୍କୁ ଉତ୍ତମ ଦେଖାଶୁଣା ପାଇଁ ମରୋକ୍କୋ ପଠାଇଦେଇଥିଲେ। ପ୍ରଥମେ ତାଙ୍କ ଗର୍ଭରେ ୭ଟି ସନ୍ତାନ ଥିବା ଜଣାପଡିଥିଲା।
ମୋରକ୍କୋ ସ୍ୱାସ୍ଥ୍ୟ ମନ୍ତ୍ରାଳାୟର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଦେଶରେ ଜଣେ ମହିଳା ୯ ଶିଶୁଙ୍କ ଜନ୍ମ ଦେବା ନେଇ ରେକର୍ଡ଼ ତାଙ୍କ ନିକଟରେ ନାହିଁ। ମାତ୍ର ମୋରକ୍କୋ ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ଅନୁଯାୟୀ ମହିଳାଙ୍କର ଅସ୍ତ୍ରୋପଚାର ହେବା ସହ ସେ ୬ କନ୍ୟା ଓ ୩ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଦେଇଛନ୍ତି। ମାଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି।
ବହୁ ସମୟରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥାଏ। ସେହିପରି ନିକଟରେ ଜଣେ ମହିଳା ବ୍ରିଟେନରେ ଏକ ଅଦ୍ଭୁତ ଶିଶୁକୁ ଜନ୍ମ ଦେଇଥିଲେ। ଯାହାର ଆକାର ଖୁବ ବଡ ଥିଲା। ଡାକ୍ତରମାନେ ମଧ୍ୟ ପ୍ରସବ ସମୟରେ ଶିଶୁର ଆକାର ଦେଖି ଚକିତ ହୋଇଯାଇଥିଲେ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories