www.samajalive.in
Friday, December 12, 2025
14.1 C
Bhubaneswar

‘ସମାଜ’ ପ୍ରଭାବ : ବେଆଇନ୍‍ ପାର୍କିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ; ୫ଲକ୍ଷ ୪୦ ହଜାର ଟଙ୍କା ଜୋରିମାନା ଆଦାୟ 

ରେଙ୍ଗାଲି : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ଶ୍ୟାମ ମେଟାଲିକ୍ସକୁ ଆସୁଥିବା ଭାରି ମାଲବାହୀ ଯାନ ସର୍ଭିସ ରୋଡ୍‍ ସମେତ ରାସ୍ତାର ଗୋଟିଏ ପାର୍ଶ୍ବକୁ ପାର୍କିଂ ଜୋନ୍‍ ଭଳି ଗାଡି ଛିଡା କରୁଥିବା ସଂକ୍ରାନ୍ତରେ ଆଜି ଦୈନିକ ‘ସମାଜ’ ଏବଂ ଅନ୍ୟ ଗଣମାଧ୍ୟମ ରେ ପ୍ରକାଶିତ ହୋଇଥିଲା। ଏହାର ପ୍ରଭାବରେ ପରିବହନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇ ଆଜି ଶ୍ୟାମ ମେଟାଲିକ୍ସ ସମ୍ନାରେ ବେଆଇନ୍‍ ପାର୍କିଂ କରିଥିବା ଭାରି ମାଲବାହୀ ଯାନରୁ ବ୍ୟାପକ ଜୋରିମାନା ଆଦାୟ କରାଯାଇଥିବାର ଦେଖିବାକୁ ମିଳିଥିଲା।

୧୦ ଏବଂ ୧୪ ଚକିଆ ଯାନ ଗୁଡିକି ଠାରୁ ୨୦ ହଜାର ଏବଂ ତହିଁରୁ ଅଧିକ ଚକ ବିଶିଷ୍ଟ ଯାନ ଠାରୁ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରଯାଇଥିବା  ଜଣାପଡ଼ିଛି। ମୋଟ ୨୭ ଟି ଗାଡି ରୁ ୫ଲକ୍ଷ ୪୦ ହଜାର ଟଙ୍କା ଜୋରିମାନା ଅଦାୟ କରାଯାଇଛି ବୋଲି ପରିବହନ ବିଭାଗ ସୁତ୍ରରୁ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି। ଜୋରିମାନା ଆଦୟ ସମୟ ରେ ଟ୍ରକ ଚାଳକ ମାନେ ଗାଡି ପାର୍କିଂ ପାଇଁ ଜାଗା ନାହିଁ,  ଆମେ ଗାଡି କେଉଁଠି ଛିଡା କରିବୁ ବୋଲି ପରିବହନ ଅଧିକାରୀଙ୍କୁ ପ୍ରଶ୍ନ କରୁଥିବା ବେଳେ ସ୍ଥାନିୟ ସଚେତନ ନାଗରିକ ଘଟଣା ସ୍ଥଳରେ ପହଞ୍ଚି ଶ୍ୟାମ ମେଟାିଲକ୍ସ କର୍ତ୍ତୃପକ୍ଷ ରୋଡ୍‍ ଡିଭାଇଡର୍‍ କୁ ଭାଙ୍ଗି ଦେଇ ଟ୍ରାଫିକ୍‍ ନିୟମକୁ ଉଲଙ୍ଘନ କରିଛି ବୋଲି ଅଭିଯୋଗ କରିଥିଲେ।

- Advertisement -

ଡିଭାଇଡର ଭାଙ୍ଗି ଦିଆଯାଇଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି ଏବଂ ଲୋକେ ମୃତାହତ ହେଉଛନ୍ତି। ଏଣୁ ତୁରନ୍ତ ଡିଭାଇଡର ଲଗାଯାଇ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଲୋକେ ଦାବୀ କରିଥିଲେ। ସୂଚିତ ଯେ ଗତକାଲି ବେଆଇନ୍‍ ପାର୍କିଂ ଯୋଗୁଁ ପଣ୍ଡଲୋଇ ସ୍ଥିତ ଶ୍ୟାମ୍‍ ମେଟାଲିକ୍‍କ୍ସ କାରଖାନାରୁ ଲପଙ୍ଗା ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାର୍ଶ୍ବ ଜାମ୍‍ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ରେଙ୍ଗାଲି ଏବଂ ଠେଲକୋଲୋଇ ପୁଳିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ୍‍ ଜାମ୍‍ ହଟାଇ ଯତାୟାତକୁ ସ୍ୱାଭାବିକ କରିଥିଲା। ନିୟମିତ ଭାବରେ ଶ୍ୟାମ ମେଟାଲିକ୍ସ କୁ ଆସୁ ଥିବା ଭାରି ମାଲବାହୀ ଯାନ ରାସ୍ତା ପାର୍ଶ୍ବ ରେ ପାର୍କିଂ ସମସ୍ୟା ଯାତ୍ରୀ ମାନଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ର ଅହେତୁକ ଅନୁକମ୍ପା ଯୋଗୁଁ କମ୍ପାନୀ ବିରୋଧରେ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହନ କରା ଯାଉନାହିଁ କିମ୍ବା ବେଆଇନ୍‍ ପାର୍କିଂ ବନ୍ଦ କରିବା ପାଇଁ ମଧ୍ୟ କୌଣସି ପଦେକ୍ଷପ ନିଆଯାଉ ନାହିଁ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି। ଏହି ପରିପ୍ରେକ୍ଷୀରେ ପରିବହନ ବିଭାଗ କେବଳ ଜୋରିମାନ ଆଦାୟ କରି ଦେଇ ନିଶ୍ଚିନ୍ତ ରହିବ ନା ବେଆଇନ୍‍ ପାର୍କିଂ ବନ୍ଦ ହେବ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।

 

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories